ବାଣୀବିହାରରେ ପହଂଚିଲେ ମୁଖ୍ୟମନ୍ତ୍ରୀ : ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଣୀବିହାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଭରସିଟିରେ ହଷ୍ଟେଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ୫ ମିନିଟ୍ ଗସ୍ତ ପାଇଁ ହୋଇଥିଲା ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ଦିନରାତି ଏକ କରି ଦେଇଥିଲା ପୁଲିସ । କ୍ୟାମ୍ପସରେ ମୁତୟନ ହୋଇଥିଲେ ୫୦ ଅଫିସରଙ୍କ ସହ ୨୫ ପ୍ଲାଟୁନ୍ ଫୋର୍ସ । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ଗସ୍ତ ପୂର୍ବରୁ କ୍ୟାମ୍ପସରେ ପୁଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ହୋଇଛି ଧସ୍ତାଧସ୍ତି ।