ଗଜପତିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ !

138

କନକ ବ୍ୟୁରୋ : ଗଜପତି ଜିଲ୍ଲା ଗସ୍ତରେ ଯାଇ ମୋହନା, ନୂଆଗଡ଼, ଆର୍ ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ୮୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୬୬ କୋଟି ଟଙ୍କା ମୂଲ୍ୟର ୧୨୯ଟି ପ୍ରକଳ୍ପର ଉଦଘାଟନ ଜିଲ୍ଲାରେ ୧୪ କୋଟି ଟଙ୍କା ମୂଲ୍ୟର ୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ସେପଟେ ବୌଦ୍ଧ ମନ୍ଦିର ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ଗଜପତି ଗସ୍ତରେ ଯାଇଥିବା ବେଳେ ଆର.ଉଦୟଗିରି ନିକଟ ଜିରାଙ୍ଗ ବୌଦ୍ଧ ମନ୍ଦିରରେ ପହଂଚିଥିଲେ । ସେଠାରେ ଉପସ୍ଥିତ ବୌଦ୍ଧ ଭିକ୍ଷୁ ଓ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଏବଂ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଧର୍ମାବଲମ୍ବୀଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହିଅବସରରେ ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଉଦବୋଧନ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ୮୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ୍ ଓ ଶିଳାନ୍ୟାସ କରିଛନ୍ତି ।