ଏମିତି ୪ଟି ଫାଇଲ୍, ଯାହା ମୋଦିଙ୍କୁ ନେଇଯିବ ଜେଲର ଚାରି କାନ୍ଥକୁ ! ଜାଣନ୍ତୁ କିଏ ଓ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ନେଇ ରଖିଲେ ଏଭଳି ଉକ୍ତି ।

2,138

ମୋଦିଙ୍କୁ ନେଇ ଏମିତି ଏକ ତଥ୍ୟ, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ଟାର୍ଗେଟ କରିଛନ୍ତି । ମୋଦିଙ୍କ ବକ୍ତବ୍ୟକୁ କେଜ୍ରିୱାଲ ସମାଲୋଚନା କରିବା ସହ କହିଛନ୍ତି ଯେ, ମୋଦି ସବୁବେଳେ କହୁଛନ୍ତି, ତାଙ୍କ ସରକାର ଗତ ୪ ବର୍ଷରେ ଯେଉଁ କାମ କରିଛନ୍ତି, ତାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ୪ ବର୍ଷର ସରକାରରେ ଏମିତି ଅନେକ କାର୍ଯ୍ୟ ହୋଇଛି, ଯାହା ଅନ୍ୟ ରାଜ୍ୟର ଦଳଗୁଡିକ ୧୫ ବର୍ଷରେ କରିପାରିନାହାନ୍ତି । କେଜ୍ରିୱାଲ କହିଛନ୍ତି, ମୋଦି ନିଜର ୪ଟି ଫାଇଲ ଓପନ କରନ୍ତୁ, ତାଙ୍କୁ ଜେଲ ଯିବାରୁ କେହି ଅଟକାଇପାରିବେ ନାହିଁ ।

ଶନିବାର ଦିଲ୍ଲୀରେ, ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦ ବୈଠକକୁ ସମ୍ବୋଧିତ କରିବା ସହ କେଜ୍ରିୱାଲ କହିଛନ୍ତି, ନିଜ ସରକାରର କାମକୁ ଦେଖି ଆମ୍ ଆଦମୀ ପାର୍ଟିର ସମର୍ଥକମାନେ କଲର ଟେକି ଚାଲିବା ଉଚିତ୍ । ଗତ ୭୦ ବର୍ଷରେ ଅନେକ ଦେଶ ଭାରତକୁ ପଛରେ ପକାଇ ଆଗକୁ ଚାଲିଯାଇଛନ୍ତି । ସେ କହିଛନ୍ତି, ଯଦି ରାଜନୀତି ଠିକ୍ ଭାବରେ ହୁଏ ତେବେ ଦେଶ ଆଗକୁ ବଢିପାରିବ । ଦେଶକୁ ସୁଧାରିବାର ଆଶା ସୃଷ୍ଟି କରିଛି ଆମ୍ ଆଦମୀ ପାର୍ଟି । ଏହା ସହ ଆଗାମୀ ନିର୍ବାଚନରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ପୁଣି ଥରେ ସରକାର ଗଢିବ ବୋଲି ଦୃଢୋକ୍ତିର ସହ କହିଛନ୍ତି କେଜ୍ରିୱାଲ୍ ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ୪୦୦ ଫାଇଲ୍ ଯାଞ୍ଚ୍ କରିଥିଲେ । କିନ୍ତୁ ସେଥିରୁ କିଛି ମିଳିନଥିଲା । କିନ୍ତୁ ମୋଦି ନିଜର ୪ଟି ଫାଇଲ୍, ସାମ୍ନାକୁ ଆଣନ୍ତୁ, ତାଙ୍କୁ ଜେଲ ଯିବାରୁ କେହି ଅଟକାଇପାରିବେ ନାହିଁ ବୋଲି ସେ କହିଛନ୍ତି । ସତ୍ୟର ପଥରେ ଯିବା ଅତ୍ୟନ୍ତ କଠିନ ଅଟେ । କେଜ୍ରିୱାଲ କହିଛନ୍ତି, କେବଳ ବିଜେପି ନୁହେଁ, ସମସ୍ତ ରାଜନୈତିକ ଦଳ ଏପରି ଅଟନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ତାଙ୍କ ଉପରେ ରେଡ୍ ପଡିଥାଏ, କଂଗ୍ରେସ ଦଳ ସେତେବେଳେ ଲଡୁ ବାଣ୍ଟିଥାଏ ।