ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ଓଡିଶା ମେଡିକାଲ ହେଲଥ ସର୍ଭିସ କ୍ୟାଡରର ଡାକ୍ତରଙ୍କ ନିମନ୍ତେ ଘୋଷଣା କଲେ ପ୍ରୋତ୍ସାହନ ରାଶି ।

30

କନକ ବ୍ୟୁରୋ: ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଡାକ୍ତମାନଙ୍କ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏମସିଆଇ ଡିଗ୍ରୀ ସ୍ୱିକୃତୀପ୍ରାପ୍ତ ସୁପର ସ୍ପେସାଲିଟି କରିଥିବା ଡାକ୍ତର ପାଇବେ ମାସିକ ୩୦ ହଜାର ଟଙ୍କା । ଏହାସହ ଏମସିଆଇ ସ୍ୱୀକୃତିପ୍ରାପ୍ତ ପିଜି ଡାକ୍ତରଙ୍କୁ ମିଳିବ ମାସିକ ୨୦ ହଜାର ପ୍ରୋତ୍ସାହନ ଅର୍ଥ ରାଶି । ସେହିଭଳି ପିଜି ଡିପ୍ଲୋମା କରିଥିବା ଡାକ୍ତର ପାଇବେ ମାସିକ ୧୦ ହଜାର ଟଙ୍କା । ତେବେ ଏହି ଏହି ପ୍ରୋତ୍ସାହନ ରାଶି ଓଡିଶା ମେଡିକାଲ ହେଲ୍ଥ ସର୍ଭିସ କ୍ୟାଡରର ଅଧିନିୟମ ଅନୁସାରେ ଡାକ୍ତରଙ୍କୁ ମିଳିବ । ଏହାଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଏହା କେବଳ ଡାକ୍ତରଙ୍କ ଶିକ୍ଷା ଦକ୍ଷତା ଏବଂ ଏମସିଆଇ ସ୍ୱୀକୃତପ୍ରାପ୍ତ ଡାକ୍ତରଙ୍କ କ୍ଷେତ୍ରରେ ଉପଲବ୍ଧ ହେବ । ଏହି ପ୍ରୋତ୍ସାହନ ରାଶି କୌଣସି ପଦବୀ ନୁହେଁ ବଂର ଶିକ୍ଷା ଦକ୍ଷତା ଭିତ୍ତିରେ ହିଁ ମିଳିବ ବୋଲି ସୁଚନା ମିଳିଛି । ତେବେ ଏହି ପ୍ରୋତ୍ସାହନ ଅର୍ଥ ରାଶି ଅନ୍ୟ ପୂର୍ବ ସୁବିଧା ସହ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି । ତେବେ ଏହି ପ୍ରୋତ୍ସାହନ ଅର୍ଥ ରାଶି ଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଅଧିକ ସୁଧାର ଆଣିବା ପାଇଁ ଡାକ୍ତରଙ୍କ ପ୍ରୟାସ କ୍ରିୟାଶୀଳ ହେବ ବୋଲି ଆଶା କରାଯାଉଛି ।