ଆତଙ୍କବାଦି ଆକ୍ରମଣରେ ସହିଦ ଓଡିଆ ଯବାନଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ! ଆଜି ସଂଧ୍ୟାରେ ସୁନ୍ଦରଗଡରେ ପହଂଚିବ ମରଶରୀର

37

କନକ ବ୍ୟୁରୋ : ଜମ୍ମୁକଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଓଡିଆ ଯବାନ ପ୍ରଦୀପ ପଣ୍ଡାଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ପ୍ରଦୀପ ପଣ୍ଡାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହୟତା ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରତିରକ୍ଷା ଓ ଅର୍ଧ ସାମରିକ କର୍ମଚାରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯିବ ମର ଶରୀର ଜନ୍ମ ମାଟିରେ ପହଂଚିବ ।

ସିଆରପିଏଫରେ କନେଷ୍ଟବଲ ଭାବେ କାର୍ଯ୍ୟରତ ସହିଦ ପ୍ରଦୀପଙ୍କ ମରଶରୀର ଆଜି ତାଙ୍କ ବାସଭବନ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ଲିପିଲୋଇରେ ପହଂଚିବ । ଗତକାଲି ସର୍ଚ ଅପରେସନ ବେଳେ ସହିଦ୍ ପ୍ରଦୀପଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ପ୍ରଦୀପଙ୍କ ସମ୍ପର୍କୀୟଙ୍କୁ ଜଣାଇଛନ୍ତି ସିଆରପିଏଫ କର୍ତୃପକ୍ଷ । ପ୍ରଦୀପଙ୍କ ମୃତ୍ୟୁ ଖବର ଆସିବା ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପୁଅର ସହିଦ ଖବରକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ ।