ଦିନିକିଆ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୧୦ ଘୋଷଣା ! ଏଣିକି ଗାଁକୁ ଯିବେ ସଚିବ

31

କନକ ବ୍ୟୁରୋ : ମରୁଡି ପ୍ରଭାବିତ ଅଂଚଳରେ ଅଚଳ ହୋଇପଡିଥିବା ଲିଫଟ ପଏଂଟକୁ ପ୍ରାଥମିକତା ଭିତିରେ ମରାମତି କରାଯିବ । ଜିଲ୍ଲାଗୁଡିକୁ ୧୨୧ଟି ଡାଏଲିସିସ ୟୁନିଟ ମିଳିବ । ପୁରୀ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ରଟୋକଲ ୱିଙ୍ଗ ରହିବ ଯାହାଫଳରେ ପ୍ରଶାସନ ଉନ୍ନୟନମୁଳକ କାମ ଉପରେ ଅଧିକ ଧ୍ୟାନ ଦେଇପାରିବ । କେବିକେ ଜିଲ୍ଲାଗୁଡିକ ପାଇଁ ମିଳୁଥିବା କର୍ପସ ଫଣ୍ଡ ଏବେ ସବୁ ଜିଲ୍ଲାକୁ ସଂପ୍ରସାରିତ କରାଯିବ । ଫଳରେ ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯାଇପାରିବ । ପୁର୍ବରୁ ଦିନିକିଆ ଜିଲ୍ଲାପାଳ ସମ୍ମିଳନୀରେ ନବୀନ ପଟ୍ଟନାୟକ ଥ୍ରି-ଟି ଉପରେ ଗୁରୁତ୍ୱ ଦେଇ କହିଥିଲେ, ଏଣିକି ଖାଲି ଜିଲ୍ଲାପାଳ ନୁହେଁ ସଚିବମାନେ ମଧ୍ୟ ଗାଁକୁ ଯିବେ । ମାସର ପ୍ରଥମ ସପ୍ତାହର ୪ଦିନ ଗାଁରେ ବୁଲି ବିଭିନ୍ନ ଯୋଜନାର ସମୀକ୍ଷା କରିବେ ବିଭାଗୀୟ ସଚିବ ।

ଆଜି ସଚିବାଳୟ ଠାରେ ଜିଲ୍ଲାପାଳମାନଙ୍କ ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଗତ ଜୁଲାଇ ମାସରେ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀରେ ସେ ତିନୋଟି ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିଲେ। ସେଗୁଡ଼ିକ ହେଲା ଟେକନୋଲୋଜି, ଟିମ୍ ଓ୍ଵାର୍କ ଓ ଟ୍ରନ୍ସପାରେନିସ। ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ସେ ବୈଷୟିକ ଜ୍ଞାନର ଉପଯୋଗିତା, ଦଳଗତ କାର୍ଯ୍ୟ ଓ ସ୍ୱଚ୍ଛତା ଉପରେ ଗତ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱ ଦେଇଥିଲେ । ସେହିପରି ଗତ ବୈଠକରେ ଦିଆଯାଇଥିବା ପରାମର୍ଶ ଉପରେ କଣ କାର୍ଯ୍ୟାନୁଷ୍ଠାନନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଚିବ ଓ ଜିଲ୍ଲାପାଳମାନଙ୍କୁ କହିଥିଲେ ।ଏହା ଆସନ୍ତା ୧୫ ଦିନ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୮ ମସିହା ମୌସୁମୀ ଆସିବାକୁ ଆହୁରି ୮ ମାସ ବାକି ଅଛି । ଏହି ସମୟ ମଧ୍ୟରେ ଆମକୁ ସମସ୍ତ ପ୍ରକାର ବିକାଶ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ ପଡ଼ିବ । ସେ ନିଜେ ଏହି ସବୁ ବିକାଶ କାର୍ୟ୍ୟର ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।