ଛତିଶଗଡ଼ ଠାରୁ ଧୋକା ଖାଇବା ପରେ ଚେତିଲେ ଓଡ଼ିଶା ସରକାର! ୩ ମାସ ମଧ୍ୟରେ ନଦୀ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

25

କନକ ବ୍ୟୁରୋ : ଛତିଶଗଡର ପ୍ରତାରଣା ପରେ ଚେତିଛନ୍ତି ଓଡିଶା ସରକାର । ଜଳ ସଂପଦର ବିକାଶ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚରେ ହେବ ୭୫ ହଜାର କୋଟି ଟଙ୍କା । ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆସନ୍ତା ୩ ମାସ ମଧ୍ୟରେ ବିସ୍ତୃତ ନଦୀ ନୀତି ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମହାନଦୀରେ ବିନା ବିସ୍ଥାପନରେ କିପରି ବ୍ୟାରେଜ ନିର୍ମାଣ ହେବ ଏବଂ ନଦୀ ଜଳ ସଂରକ୍ଷଣ ଓ କୃଷି ତଥା ପାନୀୟ ଜଳ ପାଇଁ ଏହା ବିନିଯୋଗ ହୋଇପାରିବ ସେଥି ପ୍ରତି ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।

ଅନ୍ୟପଟେ ଚାଷୀଙ୍କ ପାଇଁ ୨ଟି ନୂଆ ଯୋଜନା ଶୁଭାରମ୍ଭ କରିଛନ୍ତି କୃଷି ଓ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥି । ନିଜସ୍ୱ ଜ୍ଞାନ କୋ÷ଶଳରେ ଉନ୍ନତ ଓ ଅଭିନବ କୃଷି ଯନ୍ତ୍ରପାତି ତିଆର କରି ବ୍ୟବହାର କରୁଥିବା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ କରାଯିବ । ଏହା ସହ କୃଷି କ୍ଷେତ୍ରରେ ନୂଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ନିୟମକୁ ସରଳ କରାଯାଇଛି ।