ତୁରନ୍ତ ବନ୍ଦ କରିଦିଅନ୍ତୁ ବ୍ୟବହାର କରୁନଥିବା ବ୍ୟାଙ୍କ ଖାତା ! ନହେଲେ ସହିବେ କ୍ଷତି

85

ଏମିତି ଅନେକ ଲୋକେ ଥିବେ ଯେଉଁମାନଙ୍କ ପାଖରେ ଗୋଟିଏ କିମ୍ବା ଦୁଇଟି ଏପରି ବ୍ୟାଙ୍କ୍ ଖାତା ଥିବ ଯାହା ସେମାନେ ବ୍ୟବହାର କରନ୍ତି ନାହିଁ । ଯଦି ଆପଣଙ୍କ ପାଖରେ ମଧ୍ୟ ଏପରି ବ୍ୟାଙ୍କ ଖାତା ଅଛି, ତେବେ ତୁରନ୍ତ ବନ୍ଦ କରିଦିଅନ୍ତୁ । ଏପରି ନକଲେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସହିବା ପାଇଁ ପଡ଼ିବ । ଆସନ୍ତୁ ଜାଣିବା ଏପରି ବ୍ୟାଙ୍କ ଖାତାକୁ ବନ୍ଦ କରିବା କାହିଁକି ଜରୁରୀ ?

ଖାତାରେ ନ୍ୟୁନତମ ବାଲାନ୍ସ ନଥିବାରୁ ଦେବାକୁ ପଡ଼ିବ ଫାଇନ୍ –ବିନା କାରଣ ଆପଣଙ୍କ ସେଭିଂ ଆକାଉଂଟରେ ସର୍ବନିମ୍ନ ବାଲାନ୍ସ ରଖିବା ପାଇଁ ପଡ଼ିବ । ଯଦି ଆପଣ ଏପରି ନକରନ୍ତି ତେବେ ଆପଣଙ୍କୁ ଅଯଥାରେ ଚାର୍ଜ ଦେବା ପାଇଁ ପଡ଼ିବ । ଏଥିପାଇଁ ବ୍ୟବହାର ହେଉନଥିବା ଖାତାକୁ ବନ୍ଧ କରିବା ହିଁ ଭଲ । ଅଯଥାରେ ବ୍ୟାଙ୍କକୁ ଟଙ୍କା ଦେବାରୁ ବଞ୍ଚନ୍ତୁ ।

ଯଦି ଆପଣଙ୍କ କୌଣସି ବ୍ୟାଙ୍କ ଖାତାରେ ନେଣଦେଣ କରୁନାହାନ୍ତି ତେବେ ଆପଣଙ୍କ କ୍ରେଡ଼ିଟ୍ ସ୍କୋର ଉପରେ ଖରାପ ପ୍ରଭାବ ପଡ଼ିବ । ଏଥିପାଇଁ ଆପଣ ଏପରି ଖାତା ବନ୍ଦ କରିଦେବା ଜରୁରୀ । ବ୍ୟବହାର ହେଉନଥିବା ଖାତରେ ଲୋକେ କମ୍ ଟଙ୍କା ରଖିଥାଆନ୍ତି । ଏପରି କରିବା ଦ୍ୱାରା ଉକ୍ତ ଟଙ୍କା ଅଯଥାରେ ଫସିରହେ । ଆଉ ତାହାର କୌଣସି ଉପଯୋଗ ହୋଇପାରେ ନାହିଁ । ଫଣ୍ଡର ରକମ ବହୁତ କମ ହୋଇଥିବା ଯୋଗୁଁ ଉକ୍ତ ଟଙ୍କା ଉପରେ ଠିକରେ ସୁଧ ମଧ୍ୟ ମିଳେ ନାହିଁ । ଯାହାଦ୍ୱାରା କେବଳ ଟଙ୍କା ବରବାଦ ସାର ହୁଏ ।