ଅସ୍ତରଂଗ ଦେବୀ ନଦୀ ମୁହାଣରେ ଅଘଟଣ :ସମୁଦ୍ରରେ ଢେଉ ମାଡରେ ଢଳି ପଡିଲା ଟ୍ରଲର, ଅଳ୍ପକେ ବଂଚିଗଲା ୧୦ ମତ୍ସଜୀବୀଙ୍କ ଜୀବନ

36

କନକ ବ୍ୟୁରୋ : ମଝି ସମୁଦ୍ରରେ ଅଚଳ ହୋଇଗଲା ଟ୍ରଲର । ଅଳ୍ପକେ ବର୍ତ୍ତିଗଲେ ଟ୍ରଲରରେ ଥିବା ୧୦ ଜଣ ମତ୍ସ୍ୟଜୀବି । ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ଘଟିଛି ଏହି ଦୁର୍ଘଟଣା । ସମୁଦ୍ର ଲହଡି ମାଡ ହୋଇ ଟ୍ରଲରଟି କୁଳରେ ଆସି ପିଟି ହୋଇଯାଇଥିଲା । ତେବେ ଟ୍ରଲରଟି ନଓଲଟି ଅଳ୍ପକେ ବର୍ତିଯାଇଛି । ପାରଦୀପରୁ ଆସିଥିବା ମା ଗୌରଦେବୀ ଟ୍ରଲର ମାଛ ଧରି ହାର୍ବରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।