ମଧ୍ୟପ୍ରଦେଶରେ ସରକାର ଗଢିବାକୁ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଜୋରଦାର ଟକ୍କର, ଟ୍ରମ୍ପକାର୍ଡ ସାଜିପାରନ୍ତି ଅନ୍ୟାନ୍ୟ ଦଳ । ଦେଖନ୍ତୁ କଣ କହୁଛି ସର୍ଭେ ରିପୋର୍ଟ 

155

କନକ ବ୍ୟୁରୋ : ୨୦୧୯ ନିବାର୍ଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିବାର୍ଚନ ଏକଜିଟ ପୋଲ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ରାଜସ୍ଥାନ,ତେଲେଂଗାନାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ତାଙ୍କର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ଆଉ ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରେ ସରକାର ଗଢିବାକୁ ବିଜେପି ଓ କଂଗ୍ରେସ ଜୋରଦାର ଟକ୍କର ହେବ । ତେବେ ଅନ୍ୟାନ୍ୟ ଦଳ ସରକାର ଗଢିବାରେ ଟ୍ରମ୍ପକାର୍ଡ ସାଜିପାରନ୍ତି ବୋଲି ସର୍ଭେ କହୁଛି ।

ଇଣ୍ଡିଆ ଟୁଡେ, ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ରିପୋର୍ଟ : ମଧ୍ୟପ୍ରଦେଶରେ ବିଜେପିକୁ ୧୦୨ରୁ ୧୨୦ ଆସନ ମିଳିବା ସମ୍ଭାବନା, କଂଗ୍ରେସକୁ ୧୦୪ରୁ ୧୨୨ ଆସନ ମିଳିବା ସମ୍ଭାବନା, ଅନ୍ୟାନ୍ୟ ଦଳକୁ ମାତ୍ର ୪ରୁ ୧୧ଟି ଆସନ ମିଳିବା ସମ୍ଭାବନା

ଟାଇମସ ନାଓ-ସିଏନଏକ୍ସ ସର୍ଭେ ରିପୋର୍ଟ : ମଧ୍ୟପ୍ରଦେଶରେ ପୁଣିଥରେ ସରକାର ଗଢିପାରନ୍ତି ଶିବରାଜ, ୧୨୬ଟି ଆସନରେ ଅକ୍ତିଆର କରି ଚୁତର୍ଥ ଥର ପାଇଁ କ୍ଷମତାକୁ ଆସିପାରନ୍ତି ଶିବରାଜ ସରକାର

ଟାଇମସ ନାଓ-ସିଏନଏକ୍ସ ସର୍ଭେ ରିପୋର୍ଟ : ମଧ୍ୟପ୍ରଦେଶରେ ମଉଳିଯିବ କଂଗ୍ରେସର ସରକାର ଗଢିବାର ଆଶା, ସର୍ଭେ ରିପୋର୍ଟ ଅନୁସାରେ ମାତ୍ର ୮୯ ଆସନ ଛୁଇଁପାରେ କଂଗ୍ରେସ

ଇଣ୍ଡିଆ ନ୍ୟୁଜ ସର୍ଭେ ରିପୋର୍ଟ : ମଧ୍ୟପ୍ରଦେଶରେ କାହାକୁ ମିଳିବନି ମ୍ୟାଜିକ ନମ୍ବର । ବିଜେପିକୁ ୧୦୬ଟି ଆସନ ମିଳିବାକୁ ଥିବା ବେଳେ କଂଗ୍ରେସ ଖାତାକୁ ଯାଇପାରେ ୧୧୨ଟି ଆସନ । ୧୨ଟି ଆସନ ସହ ସରକାର ଗଢିବାରେ ଭାଗ୍ୟ ବିଧାତା ସାଜି ପାରନ୍ତି ଅନ୍ୟାନ୍ୟ ଦଳ

ନ୍ୟୁଜ ନେସନ ସର୍ଭେ ରିପୋର୍ଟ : ମଧ୍ୟପ୍ରଦେଶରେ ହୋଇପାରେ ଝୁଲା ସରକାର । ବିଜେପି ଖାତାକୁ ଯିବ ୧୦୮ରୁ ୧୧୨ଟି ଆସନ, କଂଗ୍ରେସ ହାତେଇବ ୧୦୫ରୁ ୧୦୯ଟି ସିଟ । ସରକାର ଗଢିବାରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ଅନ୍ୟାନ୍ୟ ଦଳ

ରିପବ୍ଲିକ ସି ଭୋଟର ସର୍ଭେ ରିପୋର୍ଟ : ମଧ୍ୟପ୍ରଦେଶରେ ବହୁମତ ଠାରୁ ଦୂରରେ ଶାସକ ବିଜେପି, ସର୍ଭେ ରିପୋର୍ଟ ମୁତାବକ ସରକାର ଗଢିପାରେ କଂଗ୍ରେସ । ମଧ୍ୟପ୍ରଦେଶରେ ୨୩୦ ଆସନରୁ ବିଜେପିକୁ ମିଳିପାରେ ୯୦ରୁ ୧୦୬ଟି ଆସନ, ସେପଟେ କଂଗ୍ରେସକୁ ୧୧୦ରୁ ୧୨୬ ଆସନ ମିଳିବା ସମ୍ଭାବନା