ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ବିବାଦ ! ରାଜ୍ୟ ଅମଲା ସଂଘ ପକ୍ଷରୁ କରାଯାଇଥିବା କଲମ ଛାଡ ଆନ୍ଦୋଳନ ପ୍ରତ୍ୟାହୃତ

29

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ଅନୁମତି ପ୍ରସଙ୍ଗ । କିରାଣୀଙ୍କ ନିଲମ୍ବନ ପ୍ରତିବାଦରେ ରାଜ୍ୟ ଅମଲା ସଂଘ ପକ୍ଷରୁ କରାଯାଇଥିବା କଲମ ଛାଡ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଅମଳା ସଂଘ ସଭାପତି ଓ ସାଧାରଣ ସଂପାଦକ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଠାରୁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା କୁହାଯାଇଛି । କିନ୍ତୁ ସେପଟେ କୋରାପୁଟରେ କିରାଣୀଙ୍କ ଧାରଣା ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-