ବିଶ୍ୱ ପରିବେଶ ଦିବସରେ ବ୍ୟକ୍ତିଗତ ପରିଛନ୍ନତା ସହ ପରିବେଶକୁ ସଫା ରଖନ୍ତୁ ! ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷାପାଆନ୍ତୁ 

94

ଦେଶକୁ ସଫା ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଏହି ଆଭିଯାନ ଆରମ୍ଭ ହେବାପରେ ସାଧାରଣ ଲୋକ, ରାଜନେତା ଏପରିକି ସେଲିବ୍ରିଟି ମଧ୍ୟ ଉତ୍ସାହ ଦେଖାଇଥିଲେ । କିନ୍ତୁ ସମୟ କ୍ରମେ ଧୀରେ ଧୀରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଲା ।

ଅଭିଯାନ ଆରମ୍ଭ କରିବା ଭିନ୍ନ କଥା, ଦେଶର ନାଗରିକ ହିସାବରେ ଦେଶକୁ , ରାଜ୍ୟକୁ, ଘରକୁ ତଥା ପରିବେଶକୁ ସଫରା ରଖିବା ଆମର କର୍ତ୍ତବ୍ୟ । ତେବେ ଏପରି ନକରିବା ଦ୍ୱାରା ଆଉ କାହାର କ୍ଷତି ହେଉ କି ନହେଉ ଆମେ ନିଜେ ରୋଗରେ ପଡ଼ିବା । ଶିଶୁମାନଙ୍କର ଅଧାରୁ ଅଧିକ ରୋଗ ଏବଂ ମୃତ୍ୟୁ, ଖାଦ୍ୟ, ପାଣି ବା ଅପରିଷ୍କାର ହାତ ମାଧ୍ୟମରେ ପାଟି ପଟେ ଶରୀର ମଧ୍ୟକୁ ଯାଉଥିବା କୀଟାଣୁମାନଙ୍କ ଦ୍ଵାରା ହୋଇଥାଏ । ଏଥିପାଇଁ ଆମେ ନିଜେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା । ତେବେ ସୁସ୍ଥ ଓ ନିରୋଗ ରହିବା ପାଇଁ କିଛି ଦିଗ ପ୍ରତିଧ୍ୟାନ ଦେବା ଉଚିତ୍ ।

• ଫଳ, ପନିପରିବା ଏବଂ କଞ୍ଚା ଖିଆଯାଉଥିବା ଖାଦ୍ୟକୁ ଖାଇବା ଏବଂ ରାନ୍ଧିବା ପୂର୍ବରୁ ଧୋଇବା ଜରୁରୀ ଅଟେ । ରନ୍ଧା ଯାଇଥିବା ଭୋଜନକୁ ତୁରନ୍ତ ଖାଇଦେବା ଦରକାର ବା ପୁଣିଥରେ ଖାଇବା ପୂର୍ବରୁ ସଂପୂର୍ଣ୍ଣ ଭାବେ ଗରମ କରିବା ଦରକାର ।

• ଖାଦ୍ୟ, ବାସନକୁସନ ଏବଂ ରୋଷେଇ ଘରକୁ ପରିଷ୍କାର ରଖିବା ଉଚିତ୍ । ଖାଦ୍ୟକୁ ବାସନକୁସନ ଦ୍ଵାରା ଢାଙ୍କି କରି ରଖିବା ଉଚିତ୍ ।

• ଘରର ସମସ୍ତ ମଇଳାକୁ ସୁରକ୍ଷିତ ଭାବେ ନିଷ୍କାସନ କରିବା ଦ୍ଵାରା ରୋଗର ବ୍ୟାପକତାକୁ ହ୍ରାସ କରାଯାଇପାରେ ।

• ପିଇବା ପାଣିକୁ ପରିଷ୍କାର ପାତ୍ରରେ ଢାଙ୍କି ରଖନ୍ତୁ ।

• ଅପରିଷ୍କାର ହାତ ପାଣିରେ ବୁଡାନ୍ତୁ ନାହିଁ ।

• ପାତ୍ରରୁ ପାଣି ବାହାର କରିବା ପାଇଁ ଲମ୍ବା ବେଣ୍ଟ ଥିବା ସଫା ଡଙ୍କି / ପାତ୍ର ବ୍ୟବହାର କରନ୍ତୁ ।

• ପାଣି ରଖିବା ପାଇଁ ପାତ୍ରରେ ନାଳ ଲଗାନ୍ତୁ ।

• କାହାକୁ ପାଣିର ଏହି ପାତ୍ରରେ ହାତ ବୁଡାଇବାକୁ କିମ୍ବା ମୁହଁ ଲଗାଇ ପାଣି ପିଇବାକୁ ଦିଅନ୍ତୁ ନାହିଁ ।

• ନିଜେ ବ୍ୟବହାର କରୁଥିିବା ପାଣି ଠାରୁ ପଶୁପକ୍ଷୀମାନଙ୍କୁ ଦୂରେଇ ରଖନ୍ତୁ ।

• କୂଅ ଗୁଡିକୁ ଢାଙ୍କି ସେଗୁଡିକୁ ସୁରକ୍ଷିତ କୂଅରେ ପରିଣତ କରନ୍ତୁ ବା ହ୍ୟାଣ୍ଡପମ୍ପ ଲଗାନ୍ତୁ ।

• ଜଳ ଉତ୍ସଠାରୁ ପାଇଖାନାକୁ ଅତିକମ୍ ରେ ୧୫ ମିଟର ଦୂର ତଥା ତଳୁଆ ଗଡାଣି ସ୍ଥାନରେ ତିଆରି କରନ୍ତୁ ।

• ଘର ଚାରିପାଖକୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ । ନିୟମିତ ବ୍ୟବଧାନରେ ଘର ତଥା ଘର ଚାରିପାଖକୁ ସଫା କରନ୍ତୁ ।