ଦ୍ୱିତୀୟ ଶ୍ରେଣୀ ପିଲାକୁ ଟ୍ୟୁସନ ଟିଚରଙ୍କ ଜୋତା ଓ ଚାପୁଡା ମାଡ଼, କ୍ୟାମେରାରେ କଏଦ ହେଲା ଶିକ୍ଷକଙ୍କ ବର୍ବରକାଣ୍ଡ

ଟ୍ୟୁସନ ଟିଚର ଦ୍ୱାରା ଦ୍ୱିତୀୟ ଶ୍ରେଣୀର ଶିଶୁ ସହିତ କଥିତ ରୂପେ ମାରପିଟ୍ କରିବାର ମାମଲା ସାମନାକୁ ଆସିଛି ।

93

ଉତ୍ତର ପ୍ରଦେଶର ଅଲିଗଡ଼ରେ ଟ୍ୟୁସନ ଟିଚର ଦ୍ୱାରା ଦ୍ୱିତୀୟ ଶ୍ରେଣୀର ଶିଶୁ ସହିତ କଥିତ ରୂପେ ମାରପିଟ୍ କରିବାର ମାମଲା ସାମନାକୁ ଆସିଛି । ଶିକ୍ଷକ ପିଲାକୁ ଜୋତାରେ ମାରିଲେ ଓ ଚାପୁଡା ଦେଲେ, ଏହା ସହିତ ବିଧା ବି ମାରିଲେ । ଏହି ବିଷୟରେ ପିଲାର ଘର ଲୋକଙ୍କୁ ସେତେବେଳେ ଜଣାପଡିଲା, ଯେବେ ସେମାନେ କୋଠରୀରେ ଲାଗିଥିବା ସିସିଟିଭି କ୍ୟାମେରା ଚେକ୍ କଲେ ।

ପ୍ରାୟ ୫ ମିନିଟର ଏହି ଭିଡିଓରେ ଦେଖାଯାଉଛି ଜୋତାରେ ପିଟିବା ପୂର୍ବରୁ ଶିକ୍ଷକ ପିଲାଟିର ବାଳ ଓ କାନକୁ ଧରି ତାକୁ ଜୋରରେ ହଲାଇ ଦେଉଛନ୍ତି। ଯନ୍ତ୍ରଣା ଓ ଭୟରେ ଚିତ୍କାର କରୁଥିବା ସେ ପିଲାଟିକୁ ଆହୁରି ମାଡ଼ ଦେବା ପାଇଁ ଶିକ୍ଷକ କାଚ ଓ ଚାବି ଭଳି କିଛି ଜିନିଷ ବ୍ୟବହାର କରୁଛନ୍ତି। ସତେ ଯେମିତି ଏତକ ଯଥେଷ୍ଟ ହେଲା ନାହିଁ । ତା’ପରେ ସେ ପିଲାକୁ ପାଣି ଗିଲାସେ ଦେଇ ହସିବାକୁ କହୁଛନ୍ତି। ସମଗ୍ର ଘଟନା ବନ୍ଦ କୋଠରିରେ ଘଟିଥିଲେ ବି ପିଲାଟିର ବାପା ଲଗାଇଥିବା ସିସିଟିଭିରେ ଏହି ବର୍ବରୋଚିତ ଦୃଶ୍ୟ ଉତ୍ତୋଳିତ ହୋଇଯାଇଥିଲା। ପୁଅର ବାପା କହନ୍ତି ଯେ କିଛି ସିସିଟିଭିରେ କିଛି ତ୍ରୁଟି ଥିବା ସମ୍ବନ୍ଧରେ ଅଭିଯୋଗ ଆସିବାରୁ ମୁଁ କାରଖାନାରୁ ଏହାକୁ କାଢ଼ି ଆଣିଥିଲି।

ବାପା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିବା ପରେ ନଭେମ୍ବର ୧୫ରେ ଜଣାପଡ଼ିଥିଲା। ଫୁଟେଜ୍ ଦେଖିବା ପରେ ସେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ ବୋଲି କହନ୍ତି। ଅଭିଯୁକ୍ତ ଶିକ୍ଷକଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି ।