ସତର୍କ ହୋଇଯାଆନ୍ତୁ ଛାତ୍ରଛାତ୍ରୀ । ପଢୁଛନ୍ତି ନା ଲଢୁଛନ୍ତି । ଘରେ ବସି ଲାଇଭ ସୋ’ଦେଖିପାରିବେ ବାପା-ମାଆ 

58

ପିଲାମାନଙ୍କ ସୁରକ୍ଷା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସ୍କୁଲରେ ପିଲାଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେବାରେ ଦିଲ୍ଲୀ ହେବ ପ୍ରଥମ । ପିଲାମାନେ ସ୍କୁଲରେ କ’ଣ କରୁଛନ୍ତି, ବାପାମା’ ଘରେ ବସି ଲାଇଫ ‘ସୋ’ ଦେଖିପାରିବେ ଭଳି ବ୍ୟବସ୍ଥା କରିଛନ୍ତି ଦିଲ୍ଳୀ ସରକାର । ପିଲାମାନଙ୍କ ସୁରକ୍ଷା ନେଇ ଅନେକ ସମୟରେ ଚିନ୍ତା କରିଥାନ୍ତି ବାପା ମାଆ । ପିଲା ପାଠ ପଢୁଛି କି ନାହିଁ ? ସ୍କୁଲରେ ପହଂଚିଲା କି ନାହିଁ ? ସ୍କୁଲରେ ମଧ୍ୟାହ୍ନ ଭୋଜନ କରୁଛି କି ନାହିଁ? ଏଭଳି ଅନେକ ଚିନ୍ତାରେ ରହିଥାନ୍ତି ଅଭିଭାବକ । ଯେଉଁଥିପାଇଁ କେଜ୍ରିୱାଲ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ବ୍ୟବସ୍ଥା କେବଳ ସରକାରୀ ସ୍କୁଲରେ ହିଁ କାର୍ଯ୍ୟକାରୀ ହେବ ।

କେଜ୍ରିୱାଲ ସରକାର, ସରକାରୀ ସ୍କୁଲର ପ୍ରତ୍ୟେକ କ୍ଲାସ ରୁମରେ ସିସିଟିଭି କ୍ୟାମେରା ଲଗାଇବା କାମ ଆରମ୍ଭ କରିଦେଇଛନ୍ତି । ପ୍ରତ୍ୟେକ ସ୍କୁଲର କ୍ଲାସ ରୁମରେ ତିନୋଟି ସିସିଟିଭି କ୍ୟାମେରା ଲାଗାଉଛନ୍ତି । ପ୍ରତ୍ୟେକ ସ୍କୁଲର ସିସିଟିଭି କ୍ୟାମେରା ନିୟନ୍ତ୍ରଣ ଦିଲ୍ଲୀ ସରକାରଙ୍କ ଆଇ.ଟି. ଓ ଶିକ୍ଷା ବିଭାଗରେ ରହିବ । ସରକାର ଏକ ମୋବାଇଲ ଆପ ଦ୍ୱାରା  ପଦକ୍ଷେପ ଆପଣାଇବାକୁ ଯାଉଛନ୍ତି ।

ଏହି ପ୍ରୋଜେକ୍ଟର ଦ୍ୱାରା ସିସିଟିଭି କ୍ୟାମେରାର ସିଧା ଚିତ୍ର  ଉତ୍ତୋଳନ କରି ବାପାମା’ଙ୍କ ମୋବାଇକୁ ପଠାଯିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ବାପାମା’ମାନେ ଯେତେବେଳେ ଚାହିଁବେ ତାଙ୍କ ପିଲାମାନେ ସ୍କୁଲରେ କ’ଣ କରୁଛନ୍ତି ଜାଣି ପାରିବେ । ଏହି ଆପରେ ବାପାମା’ ପିଲାଙ୍କ କ୍ଲାସ ରୁମ ଓ ରୋଲ ନମ୍ବର ଦେବା ପରେ ତାଙ୍କ ପିଲାଙ୍କ ବିଷୟରେ ସବୁ ତଥ୍ୟ ଜାଣିପାରିବେ ଏବଂ ତା’ସହ ପିଲାଙ୍କ ଲାଇଫ ଚିତ୍ର  ଦେଖିପାରିବେ ।

କେଜ୍ରିୱାଲ ସରକାରଙ୍କ ଏଭଳି ପଦକ୍ଷେପ ନେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ପିଲାମାନଙ୍କୁ ନେଇ ବାପାମା’ଙ୍କ ଚିନ୍ତା କିଛି ମାତ୍ରାରେ ଦୂର ହୋଇପାରେ । ତା’ସହ ତାଙ୍କ ପିଲାମାନେ ସ୍କୁଲ ନିୟମିତ ଯାଉଛନ୍ତି କି ନାହିଁ । ସ୍କୁଲରେ କ’ଣ କରୁଛନ୍ତି ତାହା ଜାଣିପାରବେ । ଏହି ପ୍ରୋଜେକ୍ଟ ବାବଦରେ ଗତକାଲି କେଜ୍ରିୱାଲ ସରକାର ସମୀକ୍ଷା କରିଥିଲେ ।

ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆରେ ଟ୍ୱିଟ କରିଜଣାଇଛନ୍ତି, ଯେ ସରକାର ଖୁବଶୀଘ୍ର ବାପାମା’ଙ୍କ ମୋବାଇରେ ତାଙ୍କ ପିଲା ସ୍କୁଲରେ କ’ଣ କରୁଛି ତା ଲାଇଫ ସୋ ଦେଖିପାରିବେ । ପ୍ରଥମଥର ପାଇଁ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଉଛି ।