ୟୁପି ଶାମଲାରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର : ମାଟ୍ରିକ୍ ଫେଲ୍ ବନିଛନ୍ତି ଡାକ୍ତର, କରୁଛନ୍ତି ଅପରେସନ୍

50

କନକ ବ୍ୟୁରୋ : ରୋଗୀଙ୍କ ଜୀବନ ସହ ଖେଳ । ଡାକ୍ତର ପାଠ ପଢିନଥିବା ଜଣେ ଯୁବକ କରୁଛନ୍ତି ରୋଗୀଙ୍କ ଅପରେସନ । ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତରପ୍ରଦେଶ ସାମଲିରୁ । ସବୁଠୁ ବଡ କଥା ହେଉଛି ଏହି ଘଟଣା କ୍ୟାମେରାରେ କଏଦ ହୋଇଛି । ଶାମଲିର ଏକ ପ୍ରାଇଭେଟ ହସ୍ପିଟାଲରରେ ରୋଗୀଙ୍କୁ ଏଭଳି ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ଭିଜିଆଲରୁ ଦେଖିବା ପାଇଁ ମିଳିଛି କମ୍ପାଉଣ୍ଡର ମହିଳା ରୋଗୀଙ୍କୁ ଆନାସ୍ଥାସିଆ ଦେଉଛନ୍ତି । ଏହାପରେ ଅପରେସନ କରୁଥିବା ବ୍ୟକ୍ତି ହେଉଛନ୍ତି ହସ୍ପିଟାଲର ମାଲିକ, ଯିଏକି ଅଷ୍ଟମ ପାସ କରିଛନ୍ତି । ଅର୍ଥାତ ସେ ଡାକ୍ତରୀ ପାଠ ପଢିନାହାନ୍ତି ବୋଲି ଅଭିଯୋଗ ଆସିଛି ।

ତେବେ ଏଠି ଏକ ବଡ ପ୍ରଶ୍ନ ଉଠୁଛି ଯଦି ସେ ଡାକ୍ତରୀ ପାଠ ପଢିନାହାନ୍ତି ତା’ହେଲେ ସେ ହସ୍ପିଟାଲ କିଭଳି ଭାବେ ଚଳାଉଛନ୍ତି । କିଭଳି ଡାକ୍ତରୀ ପାଠ ନପଢି ଅପରେସନ ଟେବୁଲ ପାଖକୁ ଯାଇଛନ୍ତି । କାହା ଇଙ୍ଗିତରେ ଏଭଳି ସାଂଘାତିକ ଅବ୍ୟବସ୍ଥା ଚାଲିଆସୁଛି । ସେପଟେ କ୍ୟାମେରାରେ ଦୃଶ୍ୟ କଏଦ ହେବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି । ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ନେଇ ହସ୍ପିଟାଲକୁ ୩ଥର ସିଜ କରାଯାଇଥିଲା । ହେଲେ ରାଜନୈତିକ ଚକ୍ରାନ୍ତ ଯୋଗୁଁ ହସ୍ପିଟାଲ ମାଲିକ ନିଜ ମନମାନି କରୁଥିବା ଅଭିଯୋଗ ହୋଇଛି । ସେପଟେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶାମଲି ଏସିଏମଓ ଅଶୋକ ହାଣ୍ଡା । କହିଛନ୍ତି ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।