ପିଆଜକୁ ନେଇ ଗଣ୍ଡଗୋଳ ! ପିଆଜ ପାଇଁ ମୁହାଁମୁହିଁ ହେଲେ ୫ ମହିଳା , ସବୁ ଡାକ୍ତରଖାନାରେ ଭର୍ତ୍ତୀ ।

329

ବର୍ତ୍ତମାନ ବଜାରରେ ପିଆଜର ଦର ଯାହା ଲୋକମାନେ ସୁନା ସହ ପିଆଜକୁ ତୁଳନା କରୁଛନ୍ତି । ଲୋକଙ୍କୁ ନାକରେ କନ୍ଦାଉଥିବା ପିଆଜ କେଉଁଠି ଚୋରୀ ହେଲାଣି ତ ଆଉ କେଉଁଠି ପିଆଜକୁ ନେଇ ଝଗଡା ଦେଖାଗଲାଣି । ନିକଟରେ ପିଆଜକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ କଥା ଏତେ ବଢିଗଲା ଯେ ଦେଖୁ ଦେଖୁ ୫ ଜଣ ମହିଳା ଏହି ଝଗଡାରେ ଆହତ ହୋଇଗଲେ ।

ଘଟଣାଟି ହେଉଛି ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର । ଏଠାକାର ଏକ ଗାଁରେ ପିଆଜକୁ ନେଇ ୨ ମହିଳାଙ୍କ ଝଗଡା ହେଲା । ଜଣେ ମହିଳା ଆରଜଣଙ୍କୁ ପିଆଜ କିଣିବାକୁ ସମର୍ଥ ନଥିବା କଥା କହିଥିଲେ । ପ୍ରଥମେ ତ ଏହି କଥାକୁ ନେଇ ୨ ମହିଳା ଲଢୁଥିଲେ କିନ୍ତୁ କିଛି ସମୟ ପରେ ଆଉ ୩ ଜଣ ଏଥିରେ ସାମିଲ୍ ହୋଇଗଲେ । ଦେଖୁ ଦେଖୁ ଏହି ବିବାଦ ହିଂସାତ୍ମକ ରୁପ ନେଲା , ତା’ପରେ ଚାଲିଲା ଗାଳି । ଏଭଳି ସ୍ଥିତି ହେଲା ଯେ ଏବେ ୫ ଜଣ ମହିଳା ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି । ବିବାଦକୁ ନେଇ ୨ ଗୋଷ୍ଠୀର ଲୋକଙ୍କ ନାଁରେ ଏତଲା ଦିଆଯାଇଛି ।