ଥମିବାରେ ନା ନେଉନାହିଁ ରାମ ମନ୍ଦିର ବିବାଦ । ଅଯୋଧ୍ୟାରେ ତୋଗଡିଆ ସମର୍ଥକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

28

କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ ରାମ ମନ୍ଦିର ମାମଲା ବିବାଦ । ଗତ କିଛି ମାସ ହେବ ମନ୍ଦିରକୁ ନେଇ ଅନେକ ପ୍ରକାର ବିବାଦ ଦେଖିବାକୁ ମିଳିଛି । ପୂର୍ବରୁ ସେଠାରେ ସ୍ଥାନୀୟ ଲୋକ ଓ ପୋଲିସଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛି । ବର୍ତମାନ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ଦଳ ଉପରେ ଏବେ ଦୋଷାରୋପ କରିଛନ୍ତି ଅର୍ନ୍ତଜାତୀୟ ହିନ୍ଦୁ ପରିଷଦର ସଂସ୍ଥାପକ ପ୍ରବୀଣ ତୋଗଡିଆ । ପ୍ରବୀଣଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଅଯୋଧ୍ୟାରେ ରାମକୋଟର ପରିକ୍ରମା ସମୟରେ ହାତାହାତି ହୋଇଛନ୍ତି । ଏହି ସମୟରେ ସମର୍ଥକଙ୍କୁ ନିୟନ୍ତ୍ରିତ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲ ।

 

ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର କର୍ମକର୍ତା ପରିକ୍ରମା ମାର୍ଗ ବଦଳାଇବାକୁ ନେଇ ଉତ୍ୟକ୍ତ ହୋଇଥିଲେ ଓ ପୋଲିସ ସହିତ ଝଗଡା ହୋଇଥିଲା । ଏଥିରେ କିଛି ସମୟ ପାଇଁ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ କର୍ମକର୍ତା ଜୟ ଶ୍ରୀରାମ ଓ ମୋଦି ବିରୋଧୀ ନାରା ଲଗାଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବହୁଳ ସଂଖ୍ୟାରେ ପୋଲିସ ନିୟୋଜିତ କରାଯାଇଥିଲା । ଏହି ମଧ୍ୟରେ ପ୍ରବୀଣ ତୋଗଡିଆଙ୍କୁ ପ୍ରଶାସନର ବୁଝାଇବା ପରେ ଝଗଡାକୁ ଆୟତ କରାଯାଇ କର୍ମକର୍ତାଙ୍କୁ ବୁଝାସୁଝା କରି ଶାନ୍ତ କରାଯାଇଥିଲା । ପୂର୍ବରୁ ମଧ୍ୟ ଅନେକ ସମୟରେ ରାମ ଜନ୍ମଭୂମିକୁ ନେଇ ବିବାଦ ଦେଖାଯାଇଛି । ତେବେ ମନ୍ଦିରର ମାମଲା କୋର୍ଟରେ ଥିବାରୁ ସରକାର ତାହା ଉପରେ କୌଣସି ହସ୍ତକ୍ଷେର କରୁନଥିବା ସୂଚନା ମିଳିଛି ।