ଜଳଲାଗି ବେଳେ ପୁରୀ ଲୋକନାଥ ମନ୍ଦିରରେ ଅପ୍ରୀତିକର ପରିସ୍ଥିତି ! ପୁଲିସ-କାଉଡ଼ିଆଙ୍କ ମଧ୍ୟରେ ଧସ୍ତାଧସ୍ତି

73

କନକ ବ୍ୟୁରୋ: ଆଜି ଶ୍ରାବଣ ତୃତୀୟ ସୋମବାର । ହର ହର ମହାଦେବଙ୍କ ଠାରେ ଜଳ ଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠମାନଙ୍କରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଏତିକି ବେଳେ ପୁରୀ ଲୋକନାଥଙ୍କ ପୀଠରେ ସେବାୟତ ଓ କାଉଡ଼ିଆଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ । ସେବାୟତ ଓ କାଉଡ଼ିଆଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ଆୟତ କରିବା ପାଇଁ କାଉଡ଼ିଆ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ଶତାଧିକ କାଉଡ଼ିଆ ମନ୍ଦିର ଅଫିସ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏଥିରେ ଦୁଇ ଜଣ କାଉଡ଼ିଆ ଆହତ ହୋଇଛନ୍ତି ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାରେ କିଛି କାଉଡ଼ିଆଙ୍କୁ ଅଟକ ରଖିଛି ପୁଲିସ । ଆହତ କାଉଡ଼ିଆ ବାଲେଶ୍ୱର ଅଂଚଳର ବୋଲି ଜଣାପଡିଛି ।