ବିମାନ ଯାତ୍ରା ସମୟରେ ମନ୍ତ୍ରୀ ମାଗିଥିବା ସାମଗ୍ରୀକୁ ଦେବା ପାଇଁ ମନାକଲେ ବିମାନ କର୍ତୃପକ୍ଷ । ହେଲେ କାହିଁକି?

ଦିଲ୍ଲୀଠାରୁ ରାଞ୍ଚି ଅଭିମୁଖେ ଏୟାର ଏସିଆ ବିମାନରେ ଯାତ୍ରା କରୁଥିଲେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସ୍ନିହା

197

କନକ ବ୍ୟୁରୋ : ସାଧାରଣ ଭାବରେ କୌଣସି ରାଜନେତାଙ୍କ ନାମ ମନକୁ ଆସିଲେ ସେମାନଙ୍କୁ ଭିଆଇପି ଶ୍ରେଣୀ ବୋଲି ଧରି ନିଆଯାଇଥାଏ । ତେବେ ସେହି ବ୍ୟକ୍ତି ଜଣକ ଯଦି ରାଜ୍ୟ କିମ୍ବା କେନ୍ଦ୍ରରେ କୌଣସି ପଦପଦବୀରେ ଥାଆନ୍ତି ତେବେ କଥା ସରିଲା । କାରଣ ସାଧାରଣ ଲୋକମାନେ ଭିଆଇପି କହିଲେ ଏକ ଧାରଣ ମନରେ ସୃଷ୍ଟି ହୋଇଥାଏ । କାରଣ ସେମାନେ ନିଜ ପଦବୀ ପାଇଁ ଅନେକ ପ୍ରକାର ସୁବିଧା ସେମାନେ ପାଇଥାଆନ୍ତି । ତେବେ ମଙ୍ଗଳବାର ଘଟିଥିବା ଏକ ଘଟଣାରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଜୟନ୍ତ ସ୍ନିହାଙ୍କୁ ନାୟକ କରିଦେଇଛି । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀଙ୍କ କାର୍ଯ୍ୟ ସମ୍ପର୍କରେ ତାଙ୍କର ଜଣେ ସହଯାତ୍ରୀ ସୂଚନା ଦେଇଛନ୍ତି । ତେବେ ମନ୍ତ୍ରୀ କୌଣସି ଏକ କାମରେ ଦିଲ୍ଲୀଠାରୁ ରାଞ୍ଚି ଅଭିମୁଖେ ଏୟାର ଏସିଆ ବିମାନରେ ଯାତ୍ରା କରୁଥିଲେ । ବିମାନ ଉଡାଣ ଭରିବା ପରେ ସେ ଥିବା କର୍ମଚାରୀଙ୍କୁ ଖାଦ୍ୟ ସମ୍ପର୍କରେ କହିଥିଲେ ।

 

ଖାଦ୍ୟରେ ଏକ ବିଶେଷ କଥା କହିବାରୁ ବିମାନ କର୍ମଚାରୀମାନେ ତାହାକୁ ଗ୍ରହଣ କରିନଥିଲେ ଓ କହିଥିଲେ ଆପଣ ପୂର୍ବରୁ ଯେଉଁ ଖାଦ୍ୟ ପସନ୍ଦ କରିଛନ୍ତି ତାହା ହିଁ ମିଳିବ ଯଦି ଆପଣ ଅନ୍ୟ ଖାଦ୍ୟ ଗ୍ରହଣ କରିବା ପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କୁ ତାହାର ଦାମ ମଧ୍ୟ ଦେବାକୁ ପଡିବ ବୋଲି ସେ କହିଥିଲେ । ଏହାପରେ ମନ୍ତ୍ରୀ ଠିକ ଅଛି ବୋଲି ଉତ୍ତର କହିଥିଲେ । ଏହି ଘଟଣାପରେ ଜଣେ ବ୍ୟକ୍ତି ଏହି କଥାକୁ ଟୁଇଟ କରିଥିଲେ । ଏହାପରେ ଖୋଦ ମନ୍ତ୍ରୀ ମଧ୍ୟ ଘଟଣା ସମ୍ପର୍କରେ ନିଜର ମତ ରଖି ରି ଟୁଇଟ କରିଥିଲେ । ଏହି ଘଟଣାରେ ମନ୍ତ୍ରୀଙ୍କ କାମକୁ ସମସ୍ତେ ପ୍ରଶଂସା କରିବା ସହ ପ୍ରକୃତରେ ସାଧାରଣ ମଣିଷ ଭଳି ମନ୍ତ୍ରୀ ଯେଉଁ କାମ କରିଛନ୍ତି ତାହାକୁ ସମସ୍ତେ ସ୍ୱାଗତ କରିବା ସହ ଅନ୍ୟ ନେତାମାନେ ତାଙ୍କଠାରୁ ଏପରି କାମ ଶିଖିବା ପାଇଁ କେତେ ଲୋକ ନିଜର ମତାମତ ରଖିଥିବା ଜଣାପଡିଛି ।