କଟକ : ସିଟି ହସ୍ପିଟାଲ୍ ଔଷଧ ଗୋଦାମରେ ଅଗ୍ନିକାଣ୍ଡ

20

କନକ ବ୍ୟୁରୋ : କଟକ ସିଟି ହସ୍ପିଟାଲ୍ ଔଷଧ ଗୋଦାମରେ ଅଗ୍ନିକାଣ୍ଡ । ହସ୍ପିଟାଲରେ ଥିବା ଲକ୍ଷାଧିକ ଟଙ୍କାର ଔଷଧ ନିଆଁରେ ପୋଡିଯାଇଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିଛି । ତେବେ କିଭଳି ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ହେବ ବୋଲି କହିଛନ୍ତି ଚିକିତ୍ସା ଅଧିକାରୀ ।