ପାହାଡି ଇଲାକାରେ ସହରୀ ବସ୍ : କୋରାପୁଟ- ଜୟପୁର ଜୋନରେ ସିଟିବସ୍ ପାଇଁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

45

କୋରାପୁଟ୍ : କୋରାପୁଟ୍ ଜିଲ୍ଲାରେ ଆରମ୍ଭ ହୋଇଛି ସିଟି ବସ ସେବା । ଭିଡିଓ କନଫରେନସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ବିଭିନ୍ନ ସ୍ଥାନକୁ ୨୦ଟି ବସ୍ ଚଳାଚଳ କରିବ । କୋରାପୁଟ , ସୁନାବେଡା, ସେମିଳିଗୁଡା ଓ କୋଟପାଡ ଭଳି ସହରକୁ ଏହି ବସ ଯାତ୍ରା କରିବ । ବସ ଗୁଡିକ ମାଓ ପ୍ରବଣ ଅଚଂଳଗୁଡିକ ମଧ୍ୟରେ ବି ଯାତ୍ରା କରିବ ବୋଲି ଜଣାପଡିଛି । ଏହାସହ ଜୟପୁର ସହରର ୫ଟି ୱାର୍ଡକୁ ଜଳ ଯୋଗାଣ ପାଇଁ ୨ କୋଟି ଟଂକାରେ ନିର୍ମିତ ୨ଲକ୍ଷ ୨୭ ହଜାର ଲିଟର ପାଣିଟାଙ୍କିର ମଧ୍ୟ ଉଦଘାଟନ କରାଯାଇଛି । ସେପଟେ ଏହି ଯୋଜନା କଂଗ୍ରେସ ଅମଳର ବୋଲି ଅଭିଯୋଗ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ପଇସାରେ ରାଜ୍ୟ ସରକାର ଭୂଆଁ ବୁଲାଉଥିବା ଅଭିଯୋଗ ହୋଇଛି ।


ଏହା ସହ ପୁଲିସ୍ କବଜାରେ ପପୁ ପମ୍ ପମ୍