ବନ୍ଧା ହେବେ ଠକ ମିଲର । ସରକାରଙ୍କୁ ଠକୁଥିବା ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଯୋଗାଣ ବିଭାଗ

43

କନକ ବ୍ୟୁରୋ : ସରକାରଙ୍କୁ ଠକିଥିବା ମିଲରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ନାଁରେ କ୍ରାଇମବ୍ରାଂଚ ଆର୍ଥିକ ଅପରାଧ ଶାଖାରେ ଯୋଗାଣ ବିଭାଗ ଅଭିଯୋଗ କରିବ । ଏନେଇ ୪୩ ଜଣଙ୍କ ନାଁରେ ଅଭିଯୋଗ ବି ହୋଇଛି । ଆଇନ ଉଲ୍ଲଙ୍ଘନ କରି ଚାଉଳ ଫେରାଇନଥିବା ମିଲରଙ୍କୁ ସରକାର ଛାଡିବେନି । ଏହାଛଡା ଚଳିତବର୍ଷ ଧାନସଂଗ୍ରହ କରୁଥିବା ମିଲରମାନେ ୨ ମାସ ମଧ୍ୟରେ ଯଦି ଚାଉଳ ନ ଫେରାନ୍ତି ତେବେ କଳାତାଲିକା ଭୁକ୍ତ ହେବେ ।

ଏହି ସତର୍କବାଣୀ ଶୁଣାଇଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ୨୦୧୬-୧୭ରେ ରାଜ୍ୟରେ ଧାନ ସଂଗ୍ରହ କରିଥିବା ମଲର୍ସଙ୍କ ମଧ୍ୟରୁ ୯୨ ମିଲର ଧାର୍ଯ୍ୟ ସମୟରେ ସରକାରଙ୍କୁ ଚାଉଳ ଫେରାଇଲେନି ।

ଯୋଗାଣ ବିଭାଗ ତାଗିଦକୁ ମଧ୍ୟ ମିଲରମାନେ ବେଖାତିର କଲେ । ଏଯାଏଁ ବି ମିଲର୍ସଙ୍କ ଉପରେ ଚାଉଳ ବକେୟା ଅଛି ।ପୂର୍ବରୁ ରାଜ୍ୟର କେତେକ ଧାନ ମଣ୍ଡିରେ ଚଢଉ କରିଥିଲା ଯୋଗଣବିଭାଗ । କଳାହାଣ୍ଡି ଜିଳ୍ଲା କୋକସରା ବ୍ଳକ ଅନ୍ତର୍ଗତ ଲଡୁଗାଁରେ କେତେକ ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଧାନ ଗଛିତ ରଖିବା ଖବର ପାଇ ଯୋଗାଣ ବିଭାଗ ମାରାଥନ ଚଢ଼ାଉ ଜାରି କରିଥିଲା ।

ଶଙ୍କର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ଚଢଉ କରି ପାଖାପାଖି ଛଅଶହ ବସ୍ତାବେଆଇନ ଭାବେ ଗଚ୍ଛିତ ରଖିଥିବା ଧାନ ଜବତ କରିଥିଲା ଯୋଗାଣ ବିଭାଗ । ଧାନବେଝେଇ ଟ୍ରକ ଜବତ ହୋଇଛି । ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା । ଏହା ସହିତ ଛତିଶଗଡକୁ ଚୋରାଚାଲଣ ହେଉଥିବା ଏକ ଟ୍ରକକୁ ମଧ୍ୟ ଜବତ କରିଥିଲା ତଦନ୍ତକାରୀ ଟିମ ।