ସଂସଦର ଶୀତକାଳୀନ ଅଧିବେଶନରେ ମୋଦି ସରକାର ପାସ୍ କରିବେ ଗୁରୁତ୍ୱପୂର୍ଣ୍ଣ ବିଲ୍ ! ଅଧିବେଶନରେ ନାଗରିକତା ବିଲ୍ ପାସ୍ କରୁଥିବା ସୂଚନା

168

ଦିନକ ପରେ ସଂସଦର ଶୀତକାଳୀନ ଅଧିବେଶନ ଅର୍ଥାତ ନଭେମ୍ବର ୧୮ ରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ । ଏହି ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ କରିପାରନ୍ତି । ଏଥିରେ ନାଗରିକତା ସଂଶୋଧନ ବିଲ ମଧ୍ୟ ସାମିଲ ହୋଇପାରେ । ମୋଦି ସରକାର ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଲ୍ ମଧ୍ୟ ଆଣିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି । ନାଗରିକତା ସଂଶୋଧନ ବିଲ୍ ହିନ୍ଦୁ, ଶିଖ୍, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ଯେଉଁମାନଙ୍କର ପାକିସ୍ତାନ , ଆଫଗାନିସ୍ତାନ, ବାଂଲାଦେଶରୁ ବିନା ବୈଧ ପ୍ରମାଣପତ୍ରର ସମୟ ସୀମା ଶେଷ ହୋଇଯାଇଛି. ସେମାନଙ୍କୁ ଭାରତୀୟ ନାଗରିକତା ପ୍ରାପ୍ତ କରିବାକୁ ଅକ୍ଷମ କରିଥାଏ । ଏହି ବିଲ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ୬ ମୁସଲିମ ସଂଖ୍ୟାଲଘୁ ସମୂହର ଲୋକଙ୍କୁ ନାଗରିକତା ହାସଲ କରିବାରେ ଦେଖାଯାଇଥିବା ବାଧାକୁ ଦୂର କରିବାରେ ବ୍ୟବସ୍ଥା ହୋଇପାରେ ।

 

ଏହି ବିଲ୍ ବିରୋଧରେ ବହୁତବାର ବିରୋଧ ପ୍ରଦର୍ଶନ ହୋଇଛି । ସଂସଦରେ ଗତ ଅଧିବେଶନରେ ବିରୋଧୀ ଦଳ ଏକାଠି ହୋଇ ଏହାକୁ ବିରୋଧ କରିଥିଲେ । ଉତ୍ତର-ପୂର୍ବର ଅନେକ ରାଜ୍ୟ ଏହି ବିଧେୟକକୁ ବିରୋଧ କରୁଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏଥିରେ ସଂଶୋଧନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାକୁ ଶୀତକାଳୀନ ଅଧିବେଶନରେ ରଖାଯିବ ଏବଂ ସରକାର ଏହାକୁ ସହଜରେ ଗୃହୀତ କରିବାର ଅନୁମାନ କରାଯାଉଛି ।