ଆସାମରେ ନାଗରିକ ସଂଶୋଧନ ବିଲକୁ ଦୃଢ ବିରୋଧ ! ଭାରତ ରତ୍ନ ପ୍ରତ୍ୟାଖ୍ୟାନ କଲେ ଭୂପେନ ହଜାରିକାଙ୍କ ପୁଅ

94

କନକ ବ୍ୟୁରୋ : ଭାରତରତ୍ନ ପ୍ରତ୍ୟାଖ୍ୟାନ କଲେ ଭୂପେନ ହଜାରିକାଙ୍କ ପୁଅ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଭୂପେନ ହଜାରିକାଙ୍କୁ ଚଳିତବର୍ଷ ପାଇଁ ମରଣୋତ୍ତର ଭାବେ ଭାରତରତ୍ନ ଦେବାକୁ ଘୋଷଣା କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଭୂପେନଙ୍କ ପୁଅ ତେଜ୍ ହଜାରିକା । ୬୭ ବର୍ଷୀୟ ତେଜ୍ ଏବେ ଆମେରିକା ନ୍ୟୁୟର୍କରେ ରହୁଥିବା ବେଳେ ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଏହି ନିଷ୍ପତି ନେଇଛନ୍ତି ।

ତେଜ୍ ହଜାରିକା ଜଣେ ଶିକ୍ଷକ, ଲେଖକ ଓ ପ୍ରଶାସକ । ନାଗରିକତା ସଂଶୋଧନ ବିଲକୁ ନେଇ ଉତର ପୂର୍ବାଂଚଳ ରାଜ୍ୟ ଗୁଡ଼ିକରେ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ଭାରତରତ୍ନ ଫେରାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଭୂପେନଙ୍କ ପରିବାରସଦସ୍ୟ ।