ଖୋଲିଲା ୭ ପରଦା ବିଶିଷ୍ଟ ମଲ୍‌ଟିପ୍ଲେକ୍ସ ‘ସିନେପଲିସ୍’। ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏବଂ ଡିଜିଟାଲ୍ ପ୍ରୋଜେକ୍ସନ୍ ସିନେପ୍ରେମୀଙ୍କୁ ଦେବ ଏକ ନିଆରା ଅନୁଭବ

1,541

କନକ ବ୍ୟୁରୋ: ରାଜଧାନୀରେ ଖୋଲିଛି ୭ ପରଦା ବିଶିଷ୍ଟ ମଲଟିପ୍ଲେକ୍ସ ‘ସିନେପଲିସ୍’। ସିନେମା ହଲ୍ ସଂଖ୍ୟା କମିକମି ଯାଉଥିବା ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହି ମଲଟିପ୍ଲେକ୍ସର ପ୍ରବେଶ ହୋଇଛି। ରାଜ୍ୟର ସର୍ବବୃହତ୍ ମଲ୍ ଏସପ୍ଲାନେଡ୍ ୱାନ୍ ପରିସରରେ ଖୋଲିଛି ଏହି ଅନ୍ତର୍ଜାତୀୟ ମାନର ମଲଟିପ୍ଲେକ୍ସ। ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏବଂ ଡିଜିଟାଲ୍ ପ୍ରୋଜେକ୍ସନ୍ ସିନେପ୍ରେମୀଙ୍କୁ ଏକ ନିଆରା ଅନୁଭବ ଦେବ।

ଅତ୍ୟାଧୁନିକ ଥ୍ରି-ଡି ଜ୍ଞାନକୌଶଳ ସମେତ ଫିଲ୍ମର ମଜା ଉଠାଇବା ପାଇଁ ଏହା ସୁଯୋଗ ସୃଷ୍ଟି କରିବ। ଯେପରି ଲୋକେ ଏହି ଥିଏଟର୍ରୁ କିଛି ଭିନ୍ନ ଅନୁଭୂତି ନେଇ ଫେରିବେ, ସେଥିପାଇଁ ଏହା ମଧ୍ୟରେ ସୁସ୍ବାଦୁ ଖାଦ୍ୟ ଦିଆଯିବ। ମଲ୍ଟିପ୍ଲେକ୍ସ ମଧ୍ୟରେ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରେକ୍ଷାଳୟର ୨ ଧାଡ଼ି ଭିଆଇପିଙ୍କ ପାଇଁ ରହିବ। ମଲ୍ଟିପ୍ଲେକ୍ସ ମଧ୍ୟରେ ବିଳାସପୂର୍ଣ୍ଣ ମନୋରଂଜନ ପାଇଁ ଏହା ସୁଯୋଗ ଦେବ।

ତେବେ ସଂପ୍ରତି ଉଚ୍ଚମାନର ମନୋରଂଜନ ପାଇଁ ଆଗ୍ରହ ବଢ଼ୁଥିବା ବେଳେ ଭୁବନେଶ୍ବର ଭଳି ସୁନ୍ଦର ସହରରେ ଏହି ପ୍ରଥମ ମଲ୍ଟିପ୍ଲେକ୍ସ ଉଚ୍ଚମାନର ସିନେମା ମନୋରଂଜନର ଅଭିଳାଷ ପୂରଣ କରିବ। କେବଳ ସେତିକି ନୁହେଁ, ଉନ୍ନତମାନର ଶବ୍ଦ ବ୍ୟବସ୍ଥା ଓ ନୂତନ ଭାବେ ଭିଆଇପି ସିଟ୍ ସହ ପ୍ରଥମଥର ପାଇଁ ଏହିଭଳି ଏକ ମଲ୍ଟିପ୍ଲେକ୍ସ ଭୁବନେଶ୍ବରରେ ସ୍ଥାପନ କରାଯାଇଛି। ‘କଫି ଟ୍ରି’ ଅନୁଭବ ସହ ସୁସ୍ବାଦୁ ଭୋଜନ ଖାଇ ସିନେମାର ମଜା ଉଠାଇବେ ଦର୍ଶକ।