ମେଡିକାଲରେ ସିନେମା ହଲ ! ମନକୁ ହାଲକା ପାଇଁ ସପ୍ତାହକୁ ଗୋଟିଏ ଦିନ ମୁଭି ଦେଖିପାରିବେ ବୁର୍ଲା ମେଡିକାଲ ଛାତ୍ରଛାତ୍ରୀ

90

କନକ ବ୍ୟୁରୋ : ମେଡିକାଲ ଛାତ୍ରଙ୍କ ମନୋରଂଜନ ପାଇଁ ଅଭିନବ ପ୍ରୟାସ । ବୁର୍ଲା ମେଡିକାଲ ଅଡିଟୋରିୟମରେ ପ୍ରସ୍ତୁତ କରାଯାଉଛି ସିନେମା ହଲ । ନିଜ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ପୂଜାରୀ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି ।

ସବୁବେଳେ ପାଠପଢାରେ ବ୍ୟସ୍ତ ରହୁଥିବା ଛାତ୍ରଛାତ୍ରୀ ମନକୁ ହାଲକା କରିବା ପାଇଁ ଦେଖିବେ ମୁଭି । ଫିଲ୍ମ ରିଲିଜ ହେବାର ଗୋଟିଏ ଦିନ ପରେ ବୁର୍ଲା ମେଡିକାଲ ଅଡିଟୋରିୟମରେ ଏହାର ସ୍ପେଶାଲ ସ୍କ୍ରିନିଂ କରାଯିବ । ଛାତ୍ରଛାତ୍ରୀ ସପ୍ତାହକୁ ଗୋଟିଏ ଦିନ ହିନ୍ଦୀ ଓ ଇଂରାଜୀ ଓ ଓଡିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ । ସେଥିପାଇଁ ୟୁଏଫଓ ନାମକ ଏକ ସଂସାର ସହ ଆଲୋଚନା କରିଛନ୍ତିି ନିର୍ଦ୍ଦେଶକ ।