ସୁସ୍ଥ ହୋଇ ଫେରିଲେ ହାସ୍ୟ ଅଭିନେତା ପପୁ ପମପମ ! ଜାରି କଲେ ଭିଡିଓ, କହିଲେ ଲୋକଙ୍କ ଭଲ ପାଇବା ପାଇଁ ଫେରି ଆସିଲେ ମୃତ୍ୟୁ ମୁଖରୁ

60

କନକ ବ୍ୟୁରୋ: ସୁସ୍ଥ ହୋଇ ଘରକୁ ଫେରିଲେ କମେଡି କିଙ୍ଗ ପପୁ ପମପମ । ଦିଲ୍ଲୀ ଏମସରେ ଚିକିତ୍ସିତ ହୋଇ ଫେରିବା ପରେ ନିଜ ପ୍ରଥମ ଭିଡିଓ ଜାରି କରିଛନ୍ତି ହାସ୍ୟ ଅଭିନେତା ପପୁ । ଦର୍ଶକଙ୍କ ଭଲ ପାଇବା ପାଇଁ ସେ ସୁସ୍ଥ ହୋଇ ଫେରିଥିବା କହିଛନ୍ତି । ଏହା ସହ ସେ ଭିଡିଓରେ କହିଛନ୍ତି , ୨ ମାସ ଧରି ଏମସରେ ଚିକିତ୍ସିତ ଥିଲେ, ତାଙ୍କ ସୁସ୍ଥ ହେବା ସମ୍ଭବ ନୁହେଁ ବୋଲି ଡାକ୍ତର କହୁଥିଲେ । କିନ୍ତୁ ଜଗନ୍ନାଥଙ୍କ ଆର୍ଶୀବାଦ ଓ ଲୋକଙ୍କ ଭଲପାଇବା ପାଇଁ ସେ ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି ।

ଦୀର୍ଘଦିନ ଧରି ସେ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସୁସ୍ଥ ହୋଇ ଫେରିଥିବା କଥା ଏକ ଭିଡିଓ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ପପୁ ପମପମ୍ ଏହି ଭିଡିଓରେ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।