ଏମିତି ଏକ ଗାଁ ଯେଉଁଠି ପିତା-ମାତା ନିଜ ପିଲାଙ୍କୁ ଶିଖାନ୍ତି ଧୂମ୍ରପାନ ! ରୋକିବା ପାଇଁ ନାହିଁ କିଛି ନିୟମ କାନୁନ୍

93

ଧୂମ୍ରପାନର ଭୟାବହତା ବିଷୟରେ ସମସ୍ତେ ଅବଗତ । ଆଉ ଏଥିପାଇଁ ସାରା ଦୁନିଆରେ ଚାଲିଛି ସଚେତନତା ଅଭିଯାନ । ଧୂମ୍ରପାନ କରିବା ଦ୍ୱାରା ଆମ ଶରୀରେ ବହୁତ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ ବିଭିନ୍ନ ସିଗାରେଟ୍ ପ୍ୟାକେଟ୍ ଉପରେ ମଧ୍ୟ ଲେଖା ହୋଇଥାଏ । କିନ୍ତୁ ଏହା ପରେ ବି ଆମେ ଧୂମ୍ରପାନ କରିଥାଉ । ସିଗାରେଟ୍ ପିଇବା ଦ୍ୱାରା ମୁହଁ, ପେଟ, ଲିଭର୍, ଗଳା ଏବଂ ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗରେ କ୍ୟାନସର୍ ହେବାର ବହୁତ ସମ୍ଭାବନା ରହିଥାଏ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠି ଛୋଟ ଛୋଟ ପିଲାଙ୍କୁ ଶିଖାଯାଏ ଧୂମ୍ରପାନ । ସେଠରେ ପିଲାଙ୍କୁ ସିଗାରେଟ୍ ପିଇବା ପାଇଁ ଉତ୍ସାହିତ କରାଯାଏ । ତେବେ ଏହା କୌଣସି ସିନେମାର କାହାଣୀ ନୁହେଁ ବିଲକୁଲ ସତକଥା ।

ସାଧାରଣତଃ ଆମ୍ଭେମାନେ ଆମେ ସମସ୍ତେ ଜାଣନ୍ତି,  ଧୂମ୍ରପାନ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହାନିକାରକ । ଏହାଦ୍ୱାରା ଅନେକ ଲୋକ ଭିନ୍ନ ଭିନ୍ନ ରୋଗର ଶିକାର ହୋଇଥାନ୍ତି । ସଚେତନତା ପାଇଁ ପ୍ରତିବର୍ଷ ମେ ୩୧ ରେ ୱାଲ୍ଡ-ନୋ-ଟବାକୋ ଡେ ଭାବେ ପାଳନ କରାଯାଉଛି । କିନ୍ତୁ ଏଭଳି ଏକ ଗାଁ ଅଛି ଯେଉଁଠି ଛୋଟ ପିଲାଙ୍କ ପାଇଁ ନିଜେ ପିତା-ମାତା ସିଗାରେଟ୍ କିଣିବା ସହିତ ସେମାନଙ୍କ ପିଲାମାନଙ୍କୁ ସେହି ମାର୍ଗରେ ଯିବାପାଇଁ ଉତ୍ସାହିତ କରୁଛନ୍ତି ।

ପ୍ରକୃତରେ ଘଟଣାଟି ହେଉଛି ପର୍ତ୍ତୁଗାଲର ଏକ ଗାଁ ବେଲ୍ ଦେ ସାଲଗୁରୋର । ସେଠାକାର ଲୋକମାନେ ଏକ ପୁରାତନ ପ୍ରଥାକୁ ପାଳନ କରିବାକୁ ଯାଇ ଖୁବ ଧୁମଧାମରେ ଭୋଜନ କରିବା ସହିତ ନିଶାଦ୍ରବ୍ୟ ମଧ୍ୟ ଗ୍ରହଣ କରିଥାନ୍ତି । ଏହାକୁ କିଙ୍ଗ୍ ଫିଷ୍ଟ କୁହାଯାଇଥାଏ । ଚଳିତବର୍ଷ ଏହି ଉତ୍ସବଟି ଗତ ଜାନୁଆରୀ ୫ ତାରିଖ ଶୁକ୍ରବାର ଦିନ ଆରମ୍ଭ ହୋଇ ଶନିବାର ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକମାନେ ଗୀତ ଏବଂ ମୃଦଙ୍ଗର ତାଳେତାଳେ ନାଚିଥାନ୍ତି । ଏହି ଉତ୍ସବ ଅବସରରେ ଦେଶର ରାଜା ଲୋକମାନଙ୍କୁ ବହୁଳ ମାତ୍ରାରେ ମଦ ଓ ଖାଦ୍ୟପଦାର୍ଥ ଦାନ କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପର୍ତ୍ତୁଗାଲରେ ତମ୍ବାଖୁ କିଣିବାର ସର୍ବନିମ୍ନ ବୟସ ହେଲା ୧୮ । କିନ୍ତୁ ଆଇ କାନୁନକୁ ବେଖାତିର କରି ଖୁବ୍ ଧୁମଧାମରେ ଏହି ଉତ୍ସବ ପାଳନ କରାଯାଉଛି ।