ମହିଳାଙ୍କ ଓଢଣୀ କାଢିବା ପ୍ରସଙ୍ଗ : ସୁନ୍ଦରଗଡରେ ତଦନ୍ତ କରିବେ ପଶ୍ଚିମାଂଚଳ ଆଇଜି

29

ସୁନ୍ଦରଗଡ : ମହିଳାଙ୍କ ଦେହରୁ କଳା ଓଢଣୀ କଢାଯିବା ଘଟଣାର ତଦନ୍ତ କରିବାକୁ ଆଜି ସୁନ୍ଦରଗଡ ଯିବେ ପଶ୍ଚିମାଂଚଳ ଆଇଜି । ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଆସିଥିବା ମହିଳା ଓ ଯୁବତୀଙ୍କୁ ଦେହରୁ କଳା ଓଢଣୀ କାଢିବାକୁ ବାଧ୍ୟ କରାଯାଇଥିଲା । ଏନେଇ ପ୍ରବଳ ପ୍ରତିକ୍ରିୟା ପରେ ପୋଲିସ ଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେଣୁ କେଉଁ ପରିସ୍ଥିତିରେ ଓ କାହା ନିର୍ଦ୍ଦେଶରେ ମହିଳା ଓ ଯୁବତୀଙ୍କୁ କଳା ଓଢଣୀ ବାହାର କରିବାକୁ ବାଧ୍ୟ କରାଗଲା ସେନେଇ ତଦନ୍ତ କରିବେ ପଶ୍ଚିମାଂଚଳ ଆଇଜି ଆର.କେ. ଶର୍ମା । ଡିସେମ୍ବର ୪ ତାରିଖରେ ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯାଇଥିବା ମହିଳା ଓ ଯୁବତୀଙ୍କୁ କଳା ଓଢଣୀ ଖୋଲି ରଖିବାକୁ ବାଧ୍ୟ କରାଯାଇଥିଲା ।

କଳା ପତାକା ପ୍ରଦର୍ଶନ ଭୟରେ ପୋଲିସ ପ୍ରଶାସନର ଏଭଳି ନିଷ୍ପତିକୁ ଚାରିଆଡୁ ନିନ୍ଦା କରାଯାଇଛି । ବିରୋଧୀ ଦଳ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାନସଭାକୁ ଅଚଳ କରିଦେଇଛନ୍ତି ।