୧୩ରେ ଆସିବ +୨ ବିଜ୍ଞାନ ରେଜଲ୍ଟ : ୮୫ ହଜାର ଛାତ୍ରଛାତ୍ରୀଙ୍କ ହେବ ଭାଗ୍ୟ ପରୀକ୍ଷା

59

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତା ୧୩ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ପୂର୍ବାହ୍ନ ୧୧ଟା ସମୟରେ ଫଳ ପ୍ରକାଶ ପାଇବ । ଚଳିତଥର ବିଜ୍ଞାନରେ ମୋଟ୍ ୮୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଦିନ ୧୨ଟା ପରେ ପାରୀକ୍ଷା ଫଳ ୱେବସାଇଟରେ ଉପଲବ୍ଧ ହେବ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ଓ କଳା ରେଜଲ୍ଟ ପ୍ରକାଶ ପାଇବ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।