ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ : ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗ

21

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସିଏଚଏସଇ ଅଧିକାରୀ । ସିଏଚଏସଇ ଅଧିକାରୀ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସଂପତି ଠୁଳ ମାମଲାରେ ଏକକାଳୀନ ଛଅଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି । ସୂର୍ଯ୍ୟନାରାୟଣଙ୍କ ଭୁବନେଶ୍ୱର ଘର ଓ ସର୍ମ୍ପକୀୟଙ୍କ ଘର, ଫରେଷ୍ଟ ପାର୍କ, ସାମନ୍ତରାପୁର,ଜ୍ୟୋସ୍ନା ଗାର୍ଡ଼େନରେ ମଧ୍ୟ ଚଢ଼ାଉ ହୋଇଛି । ସୂର୍ଯ୍ୟନାରାୟଣ ପାତ୍ର ଷ୍ଟ୍ରଙ୍ଗରୁମ୍ ଇନଚାର୍ଜ ଥିଲେ ।

ଦରମା ୬୦ ହଜାର ହେଲେ ସମ୍ପତି କୋଟି କୋଟିର । ପ୍ଲସ୍ ଟୁ କାଉନସିଲ୍ କର୍ମଚାରୀଙ୍କ ଘରେ ରେଡ୍ ପରେ ଭିଜିଲାନ୍ସକୁ ମିଳିଛି କୁବେର ସମ୍ପତି । ତୃତୀୟ ଶ୍ରେଣୀ କର୍ମଚାରୀ ପରେ ପ୍ରମୋଶନ ଆଉ ଦରମା ବୃଦ୍ଧି । ହେଲେ ସରକାରୀ ଟଙ୍କାରେ ଏତେ ଅର୍ଥ ଜମା କରିବା ସମ୍ଭବପର ନୁହେଁ ବୋଲି ଭିଜିଲାନ୍ସ ସୁତ୍ରରୁ ସୂଚନା ମିଳିଛି । ବିଶ୍ୱସ୍ତ ତଥ୍ୟ କହୁଛି, ପ୍ରଶ୍ନପତ୍ର ଲିକ୍ ଠାରୁ ଆରମ୍ଭ କରି ଉତ୍ତରଖାତା ହେରଫେର ଏହି ତମାମ ପ୍ରସଙ୍ଗ ସାଜିଥିଲା ଆୟର ମାଧ୍ୟମ । ଆଉ ବର୍ଷ ବର୍ଷ ଧରି କାଉନସିଲରେ ଚାଲିଥିଲା ଟଂକା କାରବାର । ଯାହାର ଆଜି ପର୍ଦାଫାସ ହୋଇଛି ।
ଭୁବନେଶ୍ୱରର ନ୍ୟୁ ଫରେଷ୍ଟ ପାର୍କ ସ୍ଥିତ ବାସଭବନ, ସାମନ୍ତରାପୁର ଜ୍ୟୋତ୍ସ୍ନା ଗାର୍ଡେନ ସମେତ ସୁର୍ଯ୍ୟନାରାୟଣଙ୍କ ସଂପର୍କୀୟ ରହୁଥିବା ୬ଟି ସ୍ଥାନରେ ଏକକାଳୀନ ରେଡ୍ ମାରିଥିଲା ଭିଜିଲାନ୍ସ । ସୂଚନା ଅନୁସାରେ, ସନ୍ଧ୍ୟା ସୁଦ୍ଧା ମିଳିଥିଲା ୬୫ ଲକ୍ଷ ଟଙ୍କାରୁ ଅଧିକ ସଂପତିର ହିସାବ । ଯେଉଁଥିରେ ସାମିଲ ଥିଲା ସୁନା, ଗହଣା, ନଗଦ ଟଙ୍କା, ବ୍ୟାଙ୍କ ଡିପୋଜିଟ୍, ବାଘନଖ ଆଉ ସ୍ଥାବର ଓ ଅସ୍ଥାବର ସଂପତିର ଦସ୍ତାବିଜ୍ । କୋଟିଏ ଟପିଯାଇପାରେ ଏହି କର୍ମଚାରୀଙ୍କ ସଂପତିର ପରିମାଣ ।

ହେଲେ ପ୍ରଶ୍ନ ଉଠୁଛି
– ୩୦ ହଜାର ଦରମାରେ ଏତେ ସଂପତ୍ତି କିଭଳି କଲେ ସୁର୍ଯ୍ୟନାରାୟଣ?

– ଷ୍ଟ୍ରଙ୍ଗରୁମ୍ ଇନଚାର୍ଜ ହୋଇ ପ୍ରଶ୍ନପତ୍ର କିମ୍ବା ଉତ୍ତରଖାତାରେ ବିଭ୍ରାଟ କରିନାହାନ୍ତି ତ?

– ଟାବୁଲେସନରେ ଗଡବଡ କରିବାରେ କିଛି ଭୂମିକା ଥିଲା କି?

– କେଉଁବାଟରେ କୋଟିଏ ଟଙ୍କାର ସଂପତ୍ତିର ମାଲିକ ହେଲେ?

କିଛି ଏଭଳି ଦିଗକୁ ନେଇ ଉଠିଛି ପ୍ରଶ୍ନ । କର୍ମଚାରୀ ଜଣକ ଅସତ୍ ଉପାୟ ଅବଲମ୍ବନ କରି ଟଙ୍କା ଆୟ କରିବାକୁ ଆୟୁଧ କରିଥିବା ବେଳେ, ଏହାରି ଆଳରେ କିଛି ମେଧାବୀ ଛାତ୍ର ବଳିପଡି ଯାଇନାହାନ୍ତି ତ?

ଦେଖନ୍ତୁ ଏହି ଭିଡିଓ –