ଆଜି ପବିତ୍ର ବଡଦିନ : ସକାଳୁ ସକାଳୁ ଚଳଚଂଚଳ ହୋଇ ଉଠିଛି ବିଭିନ୍ନ ଚର୍ଚ୍ଚ

66

କନକ ବ୍ୟୁରୋ : ଆଜି ପବିତ୍ର ବଡଦିନ ।  ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣକୁ ସ୍ମରଣ କରିବାର ଦିନ । ଏଥିପାଇଁ ଚାରିଆଡେ ଖୁସିର ମାହୋଲ । ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଚର୍ଚ୍ଚଗୁଡିକୁ ସୁନ୍ଦର ଭାବରେ ସଜାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

ବଡଦିନକୁ ସ୍ୱାଗତ କରିବାକୁ ସକାଳୁ ସକାଳୁ ଚଳଚଂଚଳ ହୋଇ ଉଠିଛି ବିଭିନ୍ନ ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କ ପ୍ରାର୍ଥନା କରିବା ପାଇଁ ଚର୍ଚ୍ଚରେ ଲୋକେ ଏକତ୍ରିତ ହେଉଛନ୍ତି ।

ଦେଖନ୍ତୁ ଏହି ଭିଡିଓ –