ଚପଷ୍ଟିକ୍ ମଜା ଦେଲା ସଜା ! ନାକ ଭିତରୁ ୭ ଇଞ୍ଚ୍ ମସ୍ତିଷ୍କ ଭିତରକୁ ଗଲା ଚପଷ୍ଟିକ୍ ।

47

ଆଜିକାଲିକା ପିଲାମାନେ ମ୍ୟାଗି ନୁଡଲ୍ସ ଖାଇବା ପାଇଁ ବହୁତ ଭଲ ପାଆନ୍ତି । ସ୍ୱଳ୍ପ ସମୟରେ ପ୍ରସ୍ତୁତ ହୋଇପାରୁଥିବାରୁ ଏହାକୁ ଘରେ ମଧ୍ୟ ମା’ମାନେ ପ୍ରସ୍ତୁତ କରି ଥମାଇ ଦିଅନ୍ତି ପିଲାଙ୍କ ହାତରେ । ମ୍ୟାଗି ହାତରେ ଆସିବା ପରେ ଛୁଆମାନେ କେତେବେଳେ ହାତରେ,ଚାମଚରେ ତ ଆଉ କେତେବେଳେ ଚପ୍ ଷ୍ଟିକରେ ଏହାକୁ ଖାଇଥାନ୍ତି । ତେଣୁ ଡାକ୍ତର କହିଥାନ୍ତି ଛୋଟ ପିଲାଙ୍କୁ ଏକୁଟିଆ ସବୁ ଶିଖିବା ପାଇଁ ଛାଡିଦେଲେ ମଧ୍ୟ ତାଙ୍କ ଉପରୁ ନଜର କେବେ ହଟାନ୍ତୁନି । ଏହି ଚପ୍ ଷ୍ଟିକର ବ୍ୟବହାର ସାଧାରଣତଃ ଚୀନରେ ବ୍ୟବହାର କରାଯାଏ । ଲମ୍ବା ଲମ୍ବା ଦୁଇଟି କାଠି ସାହାର୍ଯ୍ୟରେ ମ୍ୟାଗି ଖାଇବାର ମଜା । କିନ୍ତୁ ଏହି ମଜା ଏବେ ଏହି ଦୁଇବର୍ଷର ପିଲାଟି ପାଇଁ ସଜା ହୋଇଯାଇଛି । ଚୀନର ବୁହାନଠାରେ ଘଟିଛି ଏହି ଘଟଣା । ହୁଆଙ୍ଗ ନାମକ ଏହି ଦୁଇ ବର୍ଷର ପିଲାଟି ଚପ୍ ଷ୍ଟିକରେ ମ୍ୟାଗି ଖାଉଥିବା ସମୟରେ ଦୁର୍ଭାଗ୍ୟବଶତଃ ଚପ୍ ଷ୍ଟିକଟି ଛୁଆଟିର ନାକ ଭିତର ଦେଇ ୭ ଇଞ୍ଚ୍ ମସ୍ତିଷ୍କ ଭିତରକୁ ପଶି ଯାଇଥିଲା । ଅନ୍ୟ ଏକ କୋଠରୀରେ ଥିବା ଛୁଆର ବାପା ଚିତ୍କାର ଶୁଣି ପିଲାଟି ପାଖକୁ ଦୌଡି ଆସିଥିଲେ ଏବଂ ସଙ୍ଗେ ସଙ୍ଗେ ତାକୁ ଡାକ୍ତରଖାନା ନେଇ ଯାଇଥିଲେ । ହସ୍ପିଟାଲରେ ସିଟି ସ୍କାନ୍ ପରେ ୪ ଘଣ୍ଟା ଅପରେସନ୍ ଚାଲିଲା । ବର୍ତ୍ତମାନ ଡାକ୍ତରଙ୍କ କହିବାନୁସାରେ ହୁଆଙ୍ଗର ମସ୍ତିଷ୍କ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ ଏବଂ ସେ ଏବେ ସମ୍ପୁର୍ଣ୍ଣ ବିପଦମୁକ୍ତ ଅଛି ।