ଆମେରିକାର ଶରଣ ନେଲା ପିଏବି ମହାଘୋଟାଲାର ଅନ୍ୟତମ ପଳାତକ ମେହୁଲ ଚୋକସି : ଗ୍ରହଣ କଲା ଏଂଟିଗୁଆ ଆଇଲାଣ୍ଡର ନାଗରିକତା

24

କନକ ବ୍ୟୁରୋ : ଆମେରିକାରେ ଶରଣ ନେଲେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ଅନ୍ୟତମ ପଳାତକ ତଥା ଅଭିଯୁକ୍ତ ମେହୁଲ ଚୌକସି । ଏବେ ସେ ଆମେରିକାର ଏଂଟିଗୁଆ ଆଇଲାଣ୍ଡରେ ଥିବା ସୁଚନା ମିଳିଛି । ଗତ ଜୁଲାଇ ୮ରେ ମେହୁଲ ବି.ସି ୱର୍ଡ ଇଂଟରନ୍ୟାସନାଲ ଏୟାରପୋର୍ଟରେ ନଜର ଆସିଥିଲେ । ଏହାର ଗୋଟିଏ ଦିନ ପରେ ମେହୁଲ ଚୌକସିଙ୍କୁ ଆମେରିକାରୁ ଫେରାଇ ଆଣିବାକୁ ଭାରତୀୟ ଏଜେନ୍ସି ଚର୍ଚ୍ଚା କରିଥିବା ବେଳେ ମେହୁଲ ଆମେରିକାରୁ ଏଂଟିଗୁଆ ଫ୍ଲାଇଟରେ ଯାଇଥିଲେ । ତେବେ ଫ୍ଲାଇଟରେ ଯିବା ପାଇଁ ସେ ଭାରତୀୟ ପାସପୋର୍ଟର ବ୍ୟବହାର କରିନଥିବା ବେଳେ ଏଂଟିଗୁଆର ପାସପୋର୍ଟ ହାତେଇଥିବା ଜଣାପଡିଛି ।

ଏଂଟିଗୁଆର ଆଇନ ଅନୁସାରେ ଜଣେ ବ୍ୟକ୍ତି ଆମେରିକା ଡଲାର ହିସାବରେ ୪ଲକ୍ଷ ଟଙ୍କା ସମ୍ପତି କ୍ରୟ କଲେ ତାଙ୍କୁ ସେଠାର ନାଗରିକତା ମିଳିଯାଇଥାଏ । କେବଳ ସେତିକି ନୁହେଁ ଆମେରିକାର ଡଲାର ହିସାବରେ ୧.୫ ମିଲିୟନ ଯଦି କୌଣସି ବ୍ୟବସାୟୀ ନିବେଶ କରନ୍ତି ତାହାଲେ ତାଙ୍କୁ ମଧ୍ୟ ଏଂଟିଗୁଆର ନାଗରିକତା ମିଳିପାରିବ । ନିୟମ ଅନୁଯାୟୀ ପାସପୋର୍ଟ ଗ୍ରହଣ କରିବା ପାଇଁ ପ୍ରତ୍ୟେକ୍ଷ ଭାବେ ସେଠାରେ ଉପସ୍ଥିତ ରହିବା ଜରୁରୀ ନୁହେଁ । ସୋମବାର ମବ୍ ଲିଂଚିକୁ ବାହାନା କରି ଜାମିନି ବିହିନ ଗିରଫ ପରୱାନା ବାତିଲ କରିବାକୁ କୋର୍ଟରେ ଆବେଦନ କରିଥିଲେ ମେହୁଲ ଚୌକସି ।