ପଞ୍ଚମ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

38

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ପଞ୍ଚମ ଦିନ । ପଞ୍ଚମ ଦିନରେ ସତ୍ୟସାଇ ମହିଳା ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମକୁ ଆର.ଜେ ନିଲ୍, ଆର୍ ଜେ କୋମଲ ପରିଚାଳନା କରିଥିବା ବେଳେ ମାନସ ପଢିଆରୀ, ଶ୍ରୀକାନ୍ତ ପଣ୍ଡା, ବେଦ ପ୍ରକାଶ, ସୁବ୍ରତ ସ୍ୱାଇଁ ଏବଂ ଅରୁଣ ସହଯୋଗ କରିଥିଲେ । ଓଡିଶାର ବିଶିଷ୍ଟ ଗାୟିକା ପ୍ରଜ୍ଞା ହୋତାଙ୍କ ମିଠା ମିଠା ଗୀତରେ ଛାତ୍ରୀମାନେ ମଞ୍ଚ ଉପରକୁ ଆସି ନାଚିବାକୁ ଲାଗିଥିଲେ । ତେବେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ଗୁଡିକରେ ନିଶାଦ୍ରି ଡାକୁଆ, ପ୍ରିତି ସିଂ ଓ ମନସ୍ମିତା ଶତପଥୀ ଫାଇନାଲକୁ ଆସି ଟେକ୍ନୋ ଓ ଓରାଇମୋର ମୁଖ୍ୟଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ଏହି ଇଭେଣ୍ଟରେ ପ୍ରଯୋଜକ ଥିଲେ ଅମୃତ ୱାଟର , ଟେକ୍ନୋ ମୋବାଇଲ୍ସ, ଓରାଇମୋ, ଏଲଆଇସି, ଲକ୍ଷ୍ମୀ ମୋବାଇଲ, ରାପିଡୋ ବାଇକ ଟ୍ୟାକ୍ସି, ଏସବିଆଇ, ସଫଲ ହ୍ୱାଟ୍ସ କୁକୁଙ୍ଗ ଓ ମିଡିଆ ପାର୍ଟନ ସମ୍ବାଦ, କନକ ନ୍ୟୁଜ, ଓଡିଶା ସନଟାଇମ୍ସ ଓ ଆଉଟଡୋର ପାର୍ଟନର ହିନ୍ଦୁସ୍ତାନ ଆର୍ଡଭଟାଇଜିଙ୍ଗ ଏଜେନ୍ସି । ଏହାପରେ ହାଇଟେକ କଲେଜ, ରାଜା ବଗିଚା ସିଟି କଲେଜ, କେ.ଏମ.ବି.ବି ଇଞ୍ଜିନିୟରିଂ କଲେଜ ଏବଂ କିଟ କଲେଜରେ ଏହି ଚକଲେଟ ଅଲରାଉଣ୍ଡରର ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ରେଡିଓ ଚକଲେଟ ତରଫରୁ ସୂଚନା ମିଳିଛି ।