ତୃତୀୟ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ରେଡିଓ ଚକଲେଟକୁ ମିଳିଲା ଆଉ ତିନି ଜଣ ଫାଇନାଲିଷ୍ଟ ।

41

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ତୃତୀୟ ଦିନ । ତୃତୀୟ ଦିନରେ ଗୀତା ଇଞ୍ଜିନିୟରିଂ କଲେଜର ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

ଆର.ଜେ ଅନିଲ୍, ଆର.ଜେ କୋମଲ ପ୍ରତିଯୋଗିତାକୁ ପରିଚାଳନା କରୁଥିବା ବେଳେ ମାନସ ପଢିଆରୀ, ଶ୍ରୀକାନ୍ତ ପଣ୍ଡା, ବେଦ ପ୍ରକାଶ, ଅବିନାଶ, ତାପସ ଏବଂ ଅରୁଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡିଶାର ବିଶିଷ୍ଟ ଗାୟିକା ପ୍ରଜ୍ଞା ହୋତାଙ୍କ ମିଠା ମିଠା ଗୀତରେ କଲେଜର ଛାତ୍ରଛାତ୍ରୀମାନେ ମଞ୍ଚ ଉପରକୁ ଆସି ନାଚିବାକୁ ଲାଗିଲେ । ନାଚ, ଗୀତ, କମେଡି, ମିମିକ୍ରି ଓ ଗପକୁହା ଆଦି ପ୍ରତିଯୋଗିତାରେ ଅଭିଷେକ୍ କୁମାର, ଆଶୁତୋଷ ମଲ୍ଲିକ ଏବଂ ସୁଚିତ୍ରା ସାଇଶ୍ରୀ ବେହେରା ଫାଇନାଲକୁ ଆସି ଟେକନୋ ଓ ଓରାଇମୋର ମୁଖ୍ୟଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ଏହି ଇଭେଣ୍ଟରେ ପ୍ରଯୋଜକ ଥିଲେ ଅମୃତ ୱାଟର , ଟେକ୍ନୋ ମୋବାଇଲ୍ସ, ଓରାଇମୋ, ଏଲଆଇସି, ଲକ୍ଷ୍ମୀ ମୋବାଇଲ, ରାପିଡୋ ବାଇକ ଟ୍ୟାକ୍ସି, ଏସବିଆଇ, ସଫଲ ହ୍ୱାଟ୍ସ କୁକୁଙ୍ଗ ଓ ମିଡିଆ ପାର୍ଟନ ସମ୍ବାଦ, କନକ ନ୍ୟୁଜ, ଓଡିଶା ସନଟାଇମ୍ସ ଓ ଆଉଟଡୋର ପାର୍ଟନର ହିନ୍ଦୁସ୍ତାନ ଆର୍ଡଭଟାଇଜିଙ୍ଗ ଏଜେନ୍ସି । ଏହାପରେ ହାଇଟେକ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ରାଜା ବଗିଚା ସିଟି କଲେଜ, କେ.ଏମ.ବି.ବି ଇଞ୍ଜିନିୟରିଂ କଲେଜ ଏବଂ କିଟ କଲେଜରେ ଏହି ଚକଲେଟ ଅଲରାଉଣ୍ଡରର ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ରେଡିଓ ଚକଲେଟ ତରଫରୁ ସୂଚନା ମିଳିଛି ।