ଚିତ୍ରକୋଣ୍ଡାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ଡାକ୍ତରଖାନା ନେବାକୁ ମିଳିଲାନି ଆମ୍ବୁଲାନ୍ସ; ୫ କିଲୋମିଟର ଚାଲି ଚାଲି ଡାକ୍ତରଖାନାକୁ ଆସିଲେ ଗର୍ଭବତୀ

ଅଂଚଳରେ ପହଁଂଚୁନି ଆମ୍ୱୁଲାନ୍ସ କି ଗାଡି ମୋଟର

231

କନକ ବ୍ୟୁରୋ: ଚିତ୍ରକୋଣ୍ଡାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ମିଳୁନି ଆମ୍ବୁଲାନ୍ସ ଗାଡି । ଫଳରେ ବାଧ୍ୟ ହୋଇ ବଣ ଜଙ୍ଗଲ ଦେଇ ମାଇଲ୍ ମାଇଲ୍ ବାଟ ପାଦରେ ଚାଲି ଚାଲି ଡାକ୍ତରଖାନା ଆସିବାକୁ ବାଧ୍ୟ ହେଉଛନ୍ତି ଗର୍ଭବତୀ । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଚିତ୍ରକୋଣ୍ଡାର ବ୍ଲକର ହଞ୍ଜରିଆଗୁଡା ଗାଁରୁ । ଗର୍ଭ ଯନ୍ତ୍ରଣା ଦେଖା ଦେବା ପରେ ମାଲାଣୀ ସୀସାଙ୍କୁ ଡାକ୍ତରଖାନା ନେବାକୁ ବାହାରିଥିଲେ ପରିବାର ଲୋକେ । ଆମ୍ବୁଲାନ୍ସକୁ ଯୋଗା ଯୋଗ କରିଥିଲେ । ହେଲେ ମିଳିନଥିଲା ଆମ୍ୱୁଲାନ୍ସ ।

ଡାକ୍ତରଖାନା ନେବାକୁ ଅନ୍ୟ କୌଣସି ଗାଡି ଭଡାରେ ନେବାକୁ ବି ମିଳିନଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକେ ମଲାଣୀ ସୀସାଙ୍କୁ ପାଦରେ ଚଲାଇ ଚଲାଇ ପ୍ରାୟ ୫ରୁ ୬ କିମି ଆଣି ଭର୍ତି କରାଇଥିଲେ ଚିତ୍ରକୋଣ୍ଡା ହସ୍ପିଟାଲରେ । ହସ୍ପିଟାଲରେ ପୁଷ୍ପକ ଏନଡିଓ ନାମକ ଏକ ସଂସ୍ଥା ଦ୍ୱାରା ପରିଚାଳିତ ମାଆ ଗୃହରେ ମଲାଣୀ ସୀସାକୁ ଭର୍ତି କରି ଚିକତ୍ସା କରାଯାଉଛି । ତେବେ ହସ୍ପିଟାଲରେ ଏନଜିଓ କାମ କରୁଥିଲେ ମଧ୍ୟ ଆମ୍ବୁଲାନ୍ସ ସେବା ନଥିବାରୁ ଗର୍ଭବତୀଙ୍କୁ ଶେଷରେ ବାଧ୍ୟ ହୋଇ ପାଦରେ ୫ କିମି ଚାଲିବାକୁ ପଡିଛି ।