ଚିଟଫଣ୍ଡ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ଗୁରୁତର ଅଭିଯୋଗ : ବିଜେଡି ଆକାଉଂଟକୁ ଆସିଛି କୋଟି କୋଟି ଚିଟଫଣ୍ଡ ଟଙ୍କା

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ମାମଲାରେ ବିଜେଡି ସଂପୃକ୍ତି ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏସବିଆଇର ମୁଖ୍ୟ ଶାଖାର ଏକ ଆକାଉଂଟ ରହିଛି । ଏହି ଆକାଉଂଟରେ ୮ କୋଟି ଟଙ୍କା ଥିବା ସମୟରେ କାହିଁକି ଏହାକୁ ବନ୍ଦ କରିଦିଆଯାଇଛି । ସେହି ଆକାଉଂଟ ବିଜେଡିର କି ନୁହେଁ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି । ଏସବିଆଇ ମୁଖ୍ୟ ଶାଖାରେ ଥିବା ଆକାଉଂଟକୁ ୨ ଜଣ ଚିଟଫଣ୍ଡ ଅଭିଯୁକ୍ତ ଟଙ୍କା ଟ୍ରାନ୍ସଫର କରିଥିବା ମଧ୍ୟ ସେ ବିଧାନସଭାରେ ଉଠାଇଛନ୍ତି । ଏହାର ଜବାବରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଜେଡି । ଅଭିଯୋଗରେ ସତ୍ୟତା ନାହିଁ ଏବଂ ବିରୋଧୀ ଦଳ ନେତା ତଥ୍ୟ ସିବିଆଇଙ୍କୁ ପ୍ରଦାନ କରିବାକୁ ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି । ଏହା ସହ  ଅଭିଯୋଗ ମିଥ୍ୟ ପ୍ରମାଣିତ ହେଲେ ନରସିଂହ ମିଶ୍ରଙ୍କୁ ରାଜନୀତିରୁ ସନ୍ୟାସ ନେବାକୁ ସେ ଆହ୍ୱାନ ଦେଇଛନ୍ତି  ।