ତାତିଲେ ଚିଟଫଣ୍ଡ ଜମାକାରୀ ! ମାଲକାନଗିରି ଜିଲ୍ଲା ଏମ.ଭି. ୭୯ ଥାନା ଘେରିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ

28

କନକ ବ୍ୟୁରୋ : ତାତିଲେ ଚିଟଫଣ୍ଡ ଜମାକାରି । ମାଲକାନଗିରି ଜିଲ୍ଲା ଏମ.ଭି. ୭୯ ଥାନା ଘେରିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ । ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ମାଲକାନଗିରି ଜିଲ୍ଲାର ହଜାର ହଜାର ଲୋକଙ୍କ ଅର୍ଥ ନିବେଶ କରିଥିଲେ ହେଁ ଏଯାଏଁ ପୁଲିସ, ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରିନାହିଁ । କିମ୍ବା କ୍ଷୁଦ୍ର ଜମାକାରୀ ଚିହ୍ନଟ କରାଯାଇ ସତ୍ୟପାଠ ଗ୍ରହଣ କରାଯାଇନାହିଁ । ଯାହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଚଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମଂଚ । ଏହି ମଂଚ ନେତୃତ୍ୱରେ ଆଜି ଶତାଧିକ ଜମାକାରୀ ଏମ.ଭି.୭୯ ଥାନା ଘେରାଉ କରି ଜମା ଟଙ୍କା ଫେରସ୍ତ ଦାବି କରିଥିଲେ ।