ରାଜ୍ୟରେ ଚିଟଫଣ୍ଡ୍ କ୍ଷତିିଗ୍ରସ୍ତଙ୍କ ଚିହ୍ନଟ କାର୍ଯ୍ୟ ଆରମ୍ଭ !

14

କନକ ବ୍ୟୁରୋ : ରାଜ୍ୟରେ ଚିଟଫଣ୍ଡ୍ କ୍ଷତିିଗ୍ରସ୍ତଙ୍କ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ବିଶେଷକରି ୧୨ ହଜାର କ୍ଷୁଦ୍ରଜମାକାରୀଙ୍କୁ ପଂଚାୟତ ସ୍ତରରେ ଚିହ୍ନଟ କରାଯାଉଛି । ଜଷ୍ଟିସ୍ ଏମ୍ ଏମ୍ ଦାସ କମିଶନ ଦେଇଥିବା କ୍ଷୁଦ୍ର ଜମାକାରୀଙ୍କ ତାଲିକାକୁ ପଂଚାୟତ ସ୍ତରରେ ତିନିଜଣ ଅଧିକାରୀ ଯାଂଚ୍ କରୁଛନ୍ତି । ସେହିଭଳି ଚିଟ୍ ଫଣ୍ଡ୍ କୋର୍ଟ ନିର୍ଦ୍ଦେଶ ମୁତାବକ ରୋଜ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀଜର  ୩ ଲକ୍ଷ ୯୩ ହଜାର ଜମାକାରୀଙ୍କ ଚିହ୍ନଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ଏହାପରେ ଟଙ୍କା ଫେରାଇବା କାମ ଆରମ୍ଭ ହୋଇପାରିବ ବୋଲି ଆଜି ଏ ନେଇ ସଚିବାଳୟରେ ସମୀକ୍ଷା ପରେ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ୧୦ ହଜାର ଟଙ୍କାରୁ କମ୍ ଟଙ୍କା ଜମା କରିଥିବା ଲୋକଙ୍କୁ କ୍ଷୁଦ୍ର ଜମାକାରୀ ରୂପେ ଚିହ୍ନଟ କରାଯାଇଛି । ଅନ୍ୟପଟରେ କୋର୍ଟ ନିର୍ଦ୍ଦେଶ ଅନୁସାରେ, ରୋଜଭ୍ୟାଲିରେ ଟଙ୍କା ଜମା କରିଥିବା ସବୁ ବର୍ଗର ଜମାକାରୀଙ୍କୁ ଚିହ୍ନଟ କରାଯାଉଛି ବୋଲି କହିଛନ୍ତି ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ।