ଚିଟଫଣ୍ଡ ସ୍କାମ : ବଡ ଲୋକଙ୍କୁ ହାତ ପାଉନି

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିସୋର ପାଖରେ ଅଟକିଗଲା କ୍ରାଇମବ୍ରାଂଚର ଜେରା ପ୍ରକ୍ରିୟା । କଂପାନୀ ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଜେରା ଓ ଗିରଫ ପରେ ଏହି ପ୍ରକ୍ରିୟାରେ ପଡିଯାଇଛି ପୂର୍ଣ୍ଣଛେଦ । ସିସୋର କାର୍ଯ୍ୟକ୍ରମରେ ଜଡିତ ରାଜନେତା ଓ ସିନେ ତାରକାଙ୍କ ଯାଏଁ ପହଂଚିଲାନି କ୍ରାଇମବ୍ରାଂଚର ହାତ । ଏବେ ମଧ୍ୟ ଅଭିନେତାରୁ ନେତା ବନିଥିବା ବିଜେଡି କର୍ମୀଙ୍କୁ ହାତ ମାରିବାକୁ କ୍ରାଇମବ୍ରାଂଚ ପଛଘୁଂଚା ଦେଉଛି  ।

ସିସୋର ଚିଟଫଣ୍ଡ ଲିଙ୍କରେ କେବଳ କଂପାନୀ ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହି ଜେରା କରାଯାଇଥିଲା । ହେଲେ କଂପାନୀ କାର୍ଯ୍ୟକ୍ରମରେ ପ୍ରଶାନ୍ତ ଦାଶଙ୍କ ଭୂୟସୀ ପ୍ରଶଂସା କରିଥିବା ବିଜେଡିର ତତ୍କାଳୀନ ସାଂସଦ ପ୍ୟାରୀମୋହନ ମହାପାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂପାନୀ ପ୍ରମୋସନ କରିଥିବା ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ବାଦ୍ ଦେଲା କ୍ରାଇମବ୍ରାଂଚ । ଯେଉଁଥି ପାଇଁ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଦାବି ଜୋର ଧରିଛି । ସେହିପରି ଶାସକ ଦଳର ଷ୍ଟାର କ୍ୟାମ୍ପେନର ତାଲିକାରେ ଥିବା ନେତାମାନଙ୍କ ସହ ପ୍ରଭାସ ରାଉତଙ୍କ ଚିଟଫଣ୍ଡ ସାମ୍ରାଜ୍ୟର ଲିଙ୍କ ନେଇ ଜେରା ପ୍ରକ୍ରିୟା ଆରମ୍ଭ କରି ପାରୁନି କ୍ରାଇମବ୍ରାଂଚ ।

ଓଡିଶାରେ ଯେତେ ସବୁ ଚିଟଫଣ୍ଡ ତଦନ୍ତ କରିଛି କ୍ରାଇମବ୍ରାଂଚ, ସେଥିରେ ଶାସକ ଦଳର ନେତାଙ୍କୁ ଜେରା ଯାଏ କଥା ଯାଏନି । ଯାହା ଏବେ ସିନେ ତାରକାଙ୍କ ପାଇଁ ଢାଲ ବନିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।