ପାଟି ବନ୍ଦ କର ପ୍ରଦୀପ ! ଏଟି ମୁଖ୍ୟଙ୍କ ବିସ୍ଫୋରକ ବୟାନ ପରେ ଛାନିଆ ହେଲା ପୁଲିସ୍

56

କନକ ବ୍ୟୁରୋ : ଚିଟଫଣ୍ଡ ଟଙ୍କାରେ ପୁଣି ଚହଲିଗଲା ରାଜନୀତିର ପାଣି । ବିଜେଡି ବେଳାଭୂମିକୁ ପୁଣି ମାଡି ଆସିଲା ଅଶାନ୍ତ ଜୁଆର । କିଏ ସେହି ଦୁଇ ମନ୍ତ୍ରୀ । ଯିଏ ଅର୍ଥତତ୍ୱ ଠାରୁ ଆତ୍ମସାତ୍ କରିଛନ୍ତି କୋଟି କୋଟି ଟଙ୍କା । ଗତକାଲି କୋର୍ଟ ଯିବା ସମୟରେ କନକ ନ୍ୟୁଜକୁ ପ୍ରଦୀପ ସେଠୀ ଦେଇଥିଲେ ବିସ୍ପୋରକ ବୟାନ୍ । ଯାହା ଟିଭି ପରଦାକୁ ଆସିବା ପରେ ହଲ୍ଳାବୋଲ୍ ହୋଇଗଲା ।

ଆଉ ଫେରିବା କମିଶନରେଟ୍ ପୁଲିସର ଜଣେ ଏସପି ପାହ୍ୟାର ଅଧିକାରୀ ପ୍ରଦୀପଙ୍କ ପାଟି ବନ୍ଦ କରିଦେଇଥିଲେ । ଏପରିକି ପାଟି ନଖୋଲିବାକୁ ରିଜର୍ଭ ଇନ୍ସପେକ୍ଟର ଧମକ ଦେଇଥିବା ପ୍ରଦୀପ ଖୋଲାଖୋଲି ଅଭିଯୋଗ କରିଥିଲେ । ହୁଏତ ଭୟ ଥିଲା ମୁହଁ ଖୋଲିଲେ ପ୍ରଦୀପ ନେଇ ଯାଇପାରନ୍ତି ଦୁଇ ମନ୍ତ୍ରୀଙ୍କ ନାଁ ।

ଠିକ୍ ଲୁଡୁ ପାଲି ଭଳି ଚିଟଫଣ୍ଡ୍ ସାପ କେଉଁ ନେତାଙ୍କୁ କେତେବେଳେ ଦଂଶନ କରିବ, କେହି ଜାଣି ନାହାଁନ୍ତି । ତେଣୁ ଚିଟଫଣ୍ଡ ଅଭିଯୁକ୍ତ ଖୋଲିଲେ ନେତାଙ୍କ ଛାତିରେ ଯନ୍ତ୍ରଣା ହେଉଛି । ସେପଟେ ଦୁଇ ମନ୍ତ୍ରୀଙ୍କ ତାଲିକାରେ ମୁଁ ନାହିଁ ବୋଲି ଆଜି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ସଫେଇ ଦେଇଛନ୍ତି ।

ଟଙ୍କା ନେଇଛନ୍ତି ଦୁଇ ମନ୍ତ୍ରୀ । ନାଁ ନ କହି ଅଧା କଥା କହିବା ପଛରେ କଣ ରହିଛି କାରଣ । ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏହା ପ୍ରଦୀପଙ୍କ ଗୁଗଲି ନୁହେଁ ତ । ହୁଏତ ଏସଏଫଆଇଓର ଜେରା ବେଳେ ଏକଥା ସାମ୍ନାକୁ ଆସିବ । ହେଲେ ପ୍ରଦାପଙ୍କ ବୟାନ କିନ୍ତୁ ପଂଚାୟତ ଉତ୍ତାପକୁ ଆହୁରି ବଢାଇ ଦେଇଛି ।