ଝାଳବୁହା ଟଙ୍କା ପାଇଁ ଝାଳବୁହା ଲାଇନ୍ : ଲମ୍ବା ଧାଡିରେ ଅସହାୟ ମଣିଷ

40

ବାଲେଶ୍ୱର : ଚିଟଫଣ୍ଡ ଠକେଇକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି । ତଦନ୍ତ କମିଶନ ତାଙ୍କ ଅନ୍ତରୀଣ ରିପୋର୍ଟ ମଧ୍ୟ ଦେଇସାରିଛନ୍ତି । ହେଲେ କ୍ଷତିଗ୍ରସ୍ତ ଲୋକେ କେବେ ତାଙ୍କ ଜମା ଟଙ୍କା ଫେରିପାଇବେ ସେ ନେଇ କାହା ପାଖରେ ଉତର ନାହିଁ । ଏଭଳି ସମୟରେ ସରକାର କ୍ଷତିଗ୍ରସ୍ତଙ୍କଠାରୁ ପୁଣି ମାଗିଛନ୍ତି ହିସାବ । ବାଲେଶ୍ୱରରେ ରୋଜଭ୍ୟାଲି ଦ୍ୱାରା ଠକେଇର ଶିକାର ହୋଇଥିବା ଲୋକଙ୍କୁ ଦରଖାସ୍ତ ଦେବାକୁ ଆହ୍ୱାନ ଦେଇଛନ୍ତି ।