ଜମାଟଙ୍କା ଫେରି ପାଇବେ କି ଚିଟଫଣ୍ଡ କ୍ଷତିଗ୍ରସ୍ତ : ସରକାରଙ୍କୁ ୨ୟ ଅନ୍ତରୀଣ ରିପୋର୍ଟ ଦେଲେ ଜଷ୍ଟିସ୍ ଏମଏମ୍ ଦାସ୍ କମିଶନ

72

କନକ ବ୍ୟୁରୋ : ଜମାଟଙ୍କା ଫେରି ପାଇବେ କି ଚିଟଫଣ୍ଡ କ୍ଷତିଗ୍ରସ୍ତ । ମିଳିବ କି ନିଜ କଷ୍ଟ ଉପାର୍ଜିତ ଜମାରାଶି । ଆଜି ଜଷ୍ଟିସ୍ ଏମ ଏମ୍ ଦାସ୍ କମିସନ ସରକାରଙ୍କୁ ୨ୟ ଅନ୍ତରୀଣ ରିପୋର୍ଟ ଦେବା ପରେ ଏମିତି କିଛି ଆଶା ସଂଚାର ହୋଇଛି ଜମାକାରୀଙ୍କ ମଧ୍ୟରେ । ବର୍ତ୍ତମାନ ସୁଦ୍ଧା ୨୦ ହଜାର କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ହୋଇସାରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଦିଆଯାଇଛି । ଆଜି କମିଶନ ଗୃହ ସଚିବଙ୍କୁ ଏହି ରିପୋର୍ଟ ଦେଇଛନ୍ତି କମିଶନଙ୍କ ସଚିବ ।

ଦ୍ୱିତୀୟ ପର୍ଯ୍ୟାୟରେ ୨୦ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତିି କମିଶନ । ୨୦୧୩ ଅଗଷ୍ଟ ୨୨ରୁ ୨୦୧୩ ଅଗଷ୍ଟ ୩୧ ମଧ୍ୟରେ ଏହି ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଥିଲା । କମିଶନଙ୍କ ନିକଟରେ ମୋଟ ୮ଲକ୍ଷ ୧୭ ହଜାର ୨୫୩ଟି ସତ୍ୟପାଠ ଦାଖଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୬ହଜାର ୯୭୬ଟି ସତ୍ୟପାଠ ଯାଂଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା । ୨୦୧୬ ମେ ମାସ ୨୫ ତାରିଖରେ ପ୍ରଥମ ଅନ୍ତରୀଣ ରିପୋର୍ଟ ଦାଖଲ ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-