ଚିଟଫଣ୍ଡ ସଂପୃକ୍ତି ମାମଲା: ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି କଲା ବିଜେପି

18

ଭୁବନେଶ୍ୱର: ଚିଟଫଣ୍ଡ ସଂପୃକ୍ତି ଅଭିଯୋଗରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି କଲା ବିଜେପି । ଅର୍ଥତତ୍ୱ ଠାରୁ ପାଜେରୋ ଉପହାର ନେବା ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ ଜାରି କରିବା ପରଠାରୁ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବରିଷ୍ଠ କଂଗ୍ରେସ ନେତା ସଂଜୟଙ୍କ ପାଜେରୋକୁ ନେଇ ଗଣମାଧ୍ୟରେ ତଥ୍ୟ ଦେବା ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି । ଆଜି ବିଧାନସଭାରେ ମଧ୍ୟ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରିଥିଲା ବିଜେପି । ଯାହାର କାଉଂଟର ଆଟାକ୍ କରିଥିଲା ବିଜେଡି । ଆଉ ସରକାରୀ ଦଳର ପ୍ରସଙ୍ଗ ଥିଲା ବ୍ୟାପମ୍ ଦୁର୍ନୀତି । ବ୍ୟାପମ୍ ଦୁର୍ନୀତି ସହ ସମ୍ପୃକ୍ତି ଅଭିଯୋଗ ଆଣି କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି ।