କଂଗ୍ରେସର ଆଠ କୋଟି ଅଭିଯୋଗକୁ ନେଇ ରାଜନୀତି ଜୋର୍ : ମନ୍ତ୍ରୀ ଅରୁଣ କହିଲେ ନରସିଂହଙ୍କ ହୋଇଛି ମତିଭ୍ରମ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନରସିଂହଙ୍କ ମତିଭ୍ରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ  ବ୍ରେନ ଡେଡ୍ ହୋଇଗଲାଣି । ୮ କୋଟିକୁ ନେଇ କଂଗ୍ରେସ ଓ ବିଜେଡି ଭିତରେ ଚାଲିଛି ବାକ୍ୟୁଦ୍ଧ । ଗତକାଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେଡି ଆକାଉଂଟରେ  ୮ କୋଟି ଟଙ୍କା ଜମା ସମ୍ପର୍କିତ ଏକ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଚାହିଁବା ପରଠାରୁ ଆରମ୍ଭ ହୋଇଛି ଏହି ବ୍ଲେମଗେମ୍ । ୟା ଭିତରେ ୮ କୋଟିକୁ ନେଇ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ ।

ସେପଟେ ବିରୋଧୀ ଦଳ ନେତାଙ୍କ ଏଭଳି ସଙ୍ଗୀନ୍ ଅଭିଯୋଗ ପରେ ସାମ୍ନାକୁ ଆସୁଛି ନୁଆ ନୁଆ ତଥ୍ୟ । କଂଗ୍ରେସର ଅଭିଯୋଗ ଅନୁସାରେ , ଚିଟଫଣ୍ଡ୍ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢୀଙ୍କ ବାପା ପୂର୍ଣ୍ଣଚନ୍ଦ୍ର ପାଢୀ ବିଜେଡି ଏଳାଉଂଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି । ତେବେ ଏ ଅଭିଯୋଗ ଉପରେ ବିଜେଡି ଦେଇଛି ସ୍ପଷ୍ଟୀକରଣ । ଦଳର କହିବା କଥା ନରସିଂହ କହୁଥିବା ପୁର୍ଣ୍ଣଚନ୍ଦ୍ରଙ୍କ ବିଜେଡିର କୌଣସି ସମ୍ପର୍କ ନାହିଁ । ତେବେ ଦଳ ପାଇଁ କାମ କରୁଥିବା ପୂର୍ଣ୍ଣଚନ୍ଦ୍ର ପାଢୀ ଆଉ ଜଣେ ବ୍ୟକ୍ତି ।ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତମପୁରରେ । ସେ ମେମ୍ବର ଫି ବାବଦରୁ ଆଦାୟ ହେଉଥିବା ଅର୍ଥକୁ ପାର୍ଟି ଏକାଉଂଟରେ ଡିପୋଜିଟ୍ କରିଛନ୍ତି । 

ଏବେ ପ୍ରଶ୍ନ ଉଠୁଛି ନରସିଂହଙ୍କ ପୂର୍ଣ୍ଣଚନ୍ଦ୍ର ଓ ବିଜେଡିର ପୂର୍ଣ୍ଣଚନ୍ଦ୍ର ଏକା ବ୍ୟକ୍ତି କି? ବିଜେଡି କହୁଥିବା ପୂର୍ଣ୍ଣଚନ୍ଦ୍ର ମେମ୍ବର ଫି ବାବଦରେ କେଉଁଠୁ ଅର୍ଥ ସଂଗ୍ରହ କରନ୍ତି । ଆଉ ପାର୍ଟି ଏକାଉଂଟରେ କେତେ ଟଙ୍କା ଜମା କରନ୍ତି । ହୁଏତ ଏ ଉତର ଆସିବା ପରେ ଏ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ ।

ସେପଟେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ପୂର୍ଣ୍ମଚନ୍ଦ୍ର ପାଢି । କଂଗ୍ରେସର ୮ କୋଟିର ଅଭିଯୋଗ ପରେ ବିବାଦୀୟ ହୋଇପଡିଥିବା ଏହି ବ୍ୟକ୍ତି ଜଣକ କହିଛନ୍ତି, ସେ ଦଳର ନିର୍ଦେଶ ଅନୁସାରେ ଦଳୀୟ ଆକାଉଂଟରେ ଟଂକା ଡିପୋଜିଟ୍ କରନ୍ତି । ନବୀନ କେନ୍ଦ୍ରମନ୍ତ୍ରୀ ଥିବା ବେଳୁ ସେ ନବୀନ ନିବାସରେ କାମ କରୁଛନ୍ତି ।

ଅନ୍ୟପଟେ ଚିଟଫଣ୍ଡ୍ ପ୍ରସଙ୍ଗରେ ଶାସକ ଦଳକୁ କଡ଼ା ସମାଲୋଚନା କରଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବିଭିନ୍ନ ଚିଟଫଣ୍ଡ୍ କଂପାନୀ ସହ ସରକାର ଚୁକ୍ତିବନ୍ଧ ଥିଲେ ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି । ଚିଟଫଣ୍ଡ୍ ଦୁର୍ନୀତି ସାରା ରାଜ୍ୟକୁ କବଳିତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ନିଜେ ଦୁର୍ନୀତିରେ ସାମିଲ ଥାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବାକୁ ପ୍ରୟାସ କରୁଛନ୍ତି ବୋଲି ସେ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।