ଟଙ୍କା ଫେରି ପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ । ଦିନେ ଦୁଇ ଦିନ ଭିତରେ ଟଙ୍କା ଫେରିପାରିବେ ଜମାକାରୀ । ରାଜ୍ୟର ଏକାଧିକ ସ୍ଥାନରେ ଜମାକାରୀଙ୍କ ବ୍ୟାଙ୍କ ତଥ୍ୟ ଓ ବଣ୍ଡ ଯାଂଚ କରୁଛନ୍ତି ତହସିଲଦାର

95

କନକ ବ୍ୟୁରୋ: ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ୧୦ ହଜାର ଟଙ୍କାରୁ କମ ଜମାକାରୀଙ୍କୁ ଡାକି ତହସିଲଦାର ଯାଂଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଜମାକାରୀଙ୍କ ବ୍ୟାଙ୍କ ତଥ୍ୟ ଓ ଇଣ୍ଡେମନିଟ ବଣ୍ଡ ଯାଂଚ ଚାଲିଛି । ଏହି ଯାଂଚ ଶେଷ ପରେ ଖୁବ ଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଆସନ୍ତା ୨ରୁ ୩ ଦିନ ଭିତରେ ଅର୍ଥ ଫେରାଇ ଦିଆଯିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ୮୮ ହଜାର ୨୨୮ ଜଣ ଫେରିପାଇବେ ଅର୍ଥ ।

ଉଲ୍ଲେଖ ଥାଉ କି, ଏ ନେଇ ଅର୍ଥ ବିଭାଗର ନିର୍ଦ୍ଦେଶକୁ ଜିଲ୍ଲାପାଳ ଓ ତହସିଲଦାରମାନେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି । ଏହି ଯାଂଚ ଶେଷ ପରେ ଖୁବ ଶୀଘ୍ର କ୍ଷତିଗ୍ରସ୍ତ ଜମକାରୀଙ୍କୁ ଆସନ୍ତା ୨ରୁ ୩ ଦିନ ଭିତରେ ଅର୍ଥ ଫେରାଇ ଦିଆଯିବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ ଅର୍ଥ ସଚିବ । ଏହି ଚିଠିରେ ଜିଲ୍ଲାପାଳମାନେ ତହସିଲଦାରମାନଙ୍କ ଜରିଆରେ ଟଙ୍କା ବାଂଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଚିଠିରେ ଲେଖଯାଇଥିଲା- ଚିଟଫଣ୍ଡ୍ କମିଶନ ଦେଇଥିବା ପ୍ରଥମ ଦୁଇଟି ରିପୋର୍ଟ ଆଧାରରେ ୧୦ ହଜାର ଟଙ୍କାରୁ କମ୍ ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ତାଲିକା ଦିଆଯାଇଛି । ସେହି ଅନୁସାରେ ଜିଲ୍ଲାୱାରୀ ଟଙ୍କା ବଂଟାଯାଇଛି । କ୍ଷେତ୍ରୀୟ ସ୍ତରରେ ଗଢ଼ାଯାଇଥିବା ଯାଂଚ୍ କମିଟି ଏହାର ସରଜମିନ୍ ଯାଂଚ୍ କରି ହିତାଧକାରୀଙ୍କ ଆକାଉଂଟକୁ ଟଙ୍କା ପ୍ରେରଣ କରନ୍ତୁ ।

ଚିଠିରେ କୁହାଯାଇଥିଲା କି- କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ତହସିଲଦାରଙ୍କ ନିକଟରେ ଉପସ୍ଥିତ ହେବାକୁ କୁହାଯାଉ । ଜମାକାରୀମାନଙ୍କୁ ବିନା ଷ୍ଟାମ୍ପ୍ ଡ୍ୟୁଟିରେ କ୍ଷତିପୂର୍ତ୍ତି ଚୁକ୍ତିପତ୍ର ବା ଇଣ୍ଡେମିନିଟି ବଣ୍ଡ୍ରେ ସ୍ୱାକ୍ଷର କରିବାକୁ କୁହାଯାଉ । ଏଥିସହିତ ସେମାନଙ୍କୁ ସେମାନଙ୍କ ବ୍ୟାଙ୍କ୍ ପାସ୍ବୁକର ପ୍ରଥମ ପୃଷ୍ଠାର ନକଲ ଦେବାକୁ କୁହାଯାଉ । ଯାହାଦ୍ୱାରା ସେମାନଙ୍କ ବ୍ୟାଙ୍କ୍ ଆକାଉଂଟକୁ ଇ-ଟ୍ରାନସଫର ଯୋଗେ ସିଧାସଳଖ ଟଙ୍କା ପଠାଯାଇପାରିବ । ଚିଟଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ଚିହ୍ନଟ ପାଇଁ ଗଢ଼ାଯାଇଥିବା କମିଶନ୍ ଏପଯର୍ଯ୍ୟନ୍ତ ତାଙ୍କର ୪ଟି ପ୍ରାଥମିକ ରିପୋର୍ଟ ଦେଇସାରିଛନ୍ତି । କମିଶନଙ୍କ ରିପୋର୍ଟ ଆଧାରରେ ୧ ଲକ୍ଷ ୧୬ ହଜାର ୫୦୪ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି । କେବଳ ତହସିଲଦାରଙ୍କ ସ୍ତରରେ ପ୍ରକୃତ ହିତାଧିକାରୀ ଯାଂଚ୍ ପରେ ଟଙ୍କା ଦିଆଯିବ ।