ବାଲେଶ୍ୱରରେ କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କ ସମାବେଶ : ସରକାରଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ହେବ ରଣନୀତି

27

ବାଲେଶ୍ୱର : ସମ୍ବଲପୁର, ନୟାଗଡ ପରେ ବାଲେଶ୍ୱରରେ ଏକାଠି ହେଉଛନ୍ତି କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ । କିଭଳି ଟଙ୍କା ଫେରିପାଇବେ ଏବଂ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ ସେନେଇ ଏହି ସମାବେଶରେ ରଣନୀତି ପ୍ରସ୍ତୁତ ହେବ । ଆଗାମୀ ଦିନରେ ପଂଚାୟତସ୍ତରରେ ଆନ୍ଦୋଳନ କରାଯିବ ବୋଲି ମିଳିତ କ୍ଷତିଗ୍ରସ୍ତ ଜମାକାରୀ ସଂଘ କହିଛି । ପୂର୍ବରୁ ୭ ତାରିଖରେ ସମ୍ବଲପୁରଠାରେ ଏଭଳି ଏକ ସମାବେଶ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀ ଯୋଗଦେଇଥିଲେ । ୧୦ ତାରିଖରେ ନୟାଗଡରେ ଏଭଳି ଏକ ସମାବେଶ ଆଯୋଜିତ ହୋଇଥିଲା ।