ସ୍ୱାସ୍ଥ୍ୟ ବାହାନାରେ ସାକ୍ଷାତ : କ୍ୟାପିଟାଲ ହସ୍ପିଟାଲ ପାଲଟିଛି ଚିଟଫଣ୍ଡ ଖଳନାୟକଙ୍କ ଆଡ୍ଡା

17

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଚିଟଫଣ୍ଡ ଅଭିଯୁକ୍ତଙ୍କ ଦେହ ଖରାପ । ଆଂଠୁ, ଗଂଠି ସମସ୍ୟାରେ ଏକାଧିକ ପୀଡିତ । ଏ ଭିତରେ ଅଛନ୍ତି ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀ, ଭିନିତ ଲଲାନୀ ଏବଂ ମନୋଜ ଦାସ୍ । ଏଥିପାଇଁ କ୍ୟାପିଟାଲ୍ ହସପିଟାଲରେ ଫିଜିଓଥେରାପି କରାନ୍ତି ସମସ୍ତେ । ତେବେ ସତରେ କଣ ଏମାନେ ଅସୁସ୍ଥ ନା ଜେଲରୁ ବାହାରିବାକୁ ଅସୁସ୍ଥର ବାହାନା । ଚର୍ଚା ହେଉଛି ହସପିଟାଲର ଏସି ରୁମରେ ଘଂଟା ଘଂଟା ସମୟ କଟାଇବା ପାଇଁ ଅସୁସ୍ଥର ବାହାନା କରୁଛନ୍ତି ଚିଟଫଣ୍ଡ ଅଭିଯୁକ୍ତମାନେ ।

ଚିକିତ୍ସା ଆଢୁଆଳରେ ଏଠି ବସେ ମେଳି । ବନ୍ଧୁ, ପରିବାର ସମସ୍ତେ ଆସନ୍ତି । ଆଉ ଘଂଟା ଘଂଟା ଧରି ଏସି ରୁମରେ ସମୟ କାଟନ୍ତି ଏହି ଚିଟଫଣ୍ଡ ଅଭିଯୁକ୍ତ । ଚର୍ଚା ହେଉଛି ପୋଲିସ ବାବୁ ମାନେ ଏଥିରେ ପ୍ରଦୀପ ସେଠୀଙ୍କୁ ବେଶ୍ ସହଯୋଗ କରନ୍ତି । ବାହାରେ ଅପେକ୍ଷା କରନ୍ତି ପୁଲିସ ବାଲା ଆଉ ଭିତରେ ସ୍ୱାସ୍ଥ୍ୟ ବାହାନାରେ ଚାଲେ ସାକ୍ଷାତ ।