ଚିପିଲିମା ଓୟୁଏଟିରେ ରାଗିଂ ଅଭିଯୋଗ ! ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ ମାରିଥିବା ଅଭିଯୋଗ

83

କନକ ବ୍ୟୁରୋ : ରାଗିଂ ଭଳି କଳଙ୍କିତ ପରମ୍ପରାକୁ ଯେତେ ବିରୋଧ କରାଗଲେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ମଧ୍ୟ ଦେଖିବାକୁ ମିଳୁଛି ଏହି କୁତ୍ସିତ ଘଟଣା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଚିପିଲିମା ଓୟୁଏଟିରେ । ଶେଷ ବର୍ଷର ଛାତ୍ରଙ୍କ ଦ୍ୱାରା ରାଗିଂର ଶିକାର ହୋଇଛନ୍ତି ଜଣେ ଦ୍ୱିତୀୟ ବର୍ଷର ଛାତ୍ର । ଏ ନେଇ ପୀଡିତ ଛାତ୍ର ଜଣକ ବୁର୍ଲା ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି ।

ଗତକାଲି ଅପରାହ୍ନରେ ଓୟୁଏଟି ଦ୍ୱିତୀୟ ବର୍ଷର କ୍ଲାସ ଚାଲିଥିବା ବେଳେ ଜଣେ ସିନିୟର ଛାତ୍ର ଆସିବାରୁ ତାଙ୍କୁ ଛିଡା ହୋଇ ସମ୍ମାନ ନକରିବାରୁ ସିନିୟର ଛାତ୍ର ଜଣକ ସଂପୃକ୍ତ ଛାତ୍ରଙ୍କ ସହ ବଚସା କରିଥିଲେ । ପରେ ଏ ନେଇ ଦ୍ୱିତୀୟ ବର୍ଷର ଛାତ୍ର ଜଣକ ଡିନଙ୍କ ପାଖରେ ଅଭିଯୋଗ କରିଥିଲେ । ଆଉ ରାତିରେ ଶେଷ ବର୍ଷର ଛାତ୍ରମାନେ ସଂଘବଦ୍ଧ ହୋଇ ହଷ୍ଟେଲ ଭିତରେ ପଶି ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରିବାକୁ ଉଦ୍ୟମ କରିଥିଲେ ।

ହେଲେ ସେଠାରୁ କୌଣସିମତେ ଖସିଆସି ସମ୍ବଲପୁର ଟାଉନ୍ ଥାନାରେ ପହଂଚିଥିଲେ । ଆଉ ଟାଉନଥାନା ପୋଲିସ ସହାୟତାରେ ବୁର୍ଲା ଥାନାରେ ପହଂଚି ଛାତ୍ରଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-